IBN ଓଡ଼ିଶା ବ୍ୟୁରୋ

ଠାକୁର ଘରେ ଫୁଲ ଓ ଧୂପକାଠି ରଖିବା ଉଚିତ ନୁହେଁ କାହିଁକି ? ଏହା ସହ ଜାଣନ୍ତୁ ଠାକୁର ଘର ସହ ସମ୍ବନ୍ଧିତ ଆଉ କିଛି ମହତ୍ବପୂର୍ଣ୍ଣ ଅନୁଚିନ୍ତା

ଆମ ଜୀବନକୁ ସରଳ ଏବଂ ସୁନ୍ଦର କରିବା ପାଇଁ ଶାସ୍ତ୍ରରେ ଅନେକ ଅନୁଚିନ୍ତା ସବୁ ଉଲ୍ଲେଖ ରହିଛି, ଯାହାର ପାଳନ କରିବା ଦ୍ଵାରା ଆମ ଜୀବନ ସୁଖମୟ ହେବା ସହ ଜୀବନରେ କେବେ ଅଭାବ ଅସୁବିଧା ପାଖ ମାଦେ ନାହିଁ । ଘରର ଉତ୍ତର କିମ୍ବା ପୂର୍ବ କାନ୍ଥରେ କୁଳାଦେବୀ ଓ ଦେବତାଙ୍କ ଫଟୋ ଲଗାଇବା ଉଚିତ । ଏହା ଶୁଭ ଓ ମଙ୍ଗଳକାରୀ ହୋଇଥାଏ । ଠାକୁର ଘରର ଦ୍ଵାର ଟିଣ, ଲୁହା କିମ୍ବା ଗ୍ରୀଲର ହେବା ଉଚିତ ନୁହେଁ । ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ ।

ଠାକୁର ଘର କେବେବି ଗାଧୁଆ ଘରର ଠିକ ଉପରେ କିମ୍ବା ଠିକ ତଳେ କରିବା ଉଚିତ ନୁହେଁ, ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ । ଠାକୁର ଦୁଇଟି ଶିବଲିଙ୍ଗ, ତିନୋଟି ଗଣେଶ ମୂର୍ତ୍ତି ଏବଂ ଦୁଇଟି ଶଙ୍ଖ ରଖିବା ଉଚିତ ନୁହେଁ, ଏହାଦ୍ବାର ଅଶାନ୍ତି ସୃଷ୍ଟି ହୋଇଥାଏ । ଠାକୁର ଘରେ ଗଣେଶ, ସୂର୍ଯ୍ୟ, ବିଷ୍ଣୁ, ଶିବ, ଦୂର୍ଗା ଆଦି ମୂର୍ତ୍ତିଙ୍କ ମୁହଁ ପଶ୍ଚିମକୁ ରଖିବା ଉଚିତ । ସେହିପରି ହନୁମାନ ଏବଂ କୁବେରଙ୍କ ମୁହଁ ଦକ୍ଷିଣ ଦିଗକୁ ରଖିବା ମଙ୍ଗଳକାରୀ ହୋଇଥାଏ ।

ଠାକୁର ପୂଜା କରିବା ସମୟରେ ଠାକୁରଙ୍କ ଠିକ ସମ୍ମୁଖରେ ବସିବା ଉଚିତ ନୁହେଁ । ଡାହାଣ ପାଟ କୋଣରେ ବସି ପୂଜା କରିବା ଶୁଭ ଓ ମଙ୍ଗଳକାରୀ ହୋଇଥାଏ । ଠାକୁର ଘରେ ବସିଥିବା ଗଣେଶଙ୍କା ଫଟୋ କିମ୍ବା ମୂର୍ତ୍ତି ରଖିବା ଉଚିତ , ଏହା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ ।

ପୂଜା କରିବା ସମୟରେ କଳସକୁ କେବେବି ତଳେ ରଖିବା ଉଚିତ ନୁହେଁ , ଏହାଦ୍ବାରା ବାସ୍ତୁଦୋଷ ଉତ୍ପନ୍ନ ହୁଏ ଏବଂ ଥାଳିରେ ରଖିବା ଦ୍ଵାରା ଶୁଭ ହେବା ସହ ମଙ୍ଗଳକାରୀ ହୋଇଥାଏ । ଠାକୁର ଘରେ ଶିବଲିଙ୍ଗ କେବେବି ତଳେ ରଖିବା ଉଚିତ ନୁହେଁ । ଏହାଦ୍ବାରା ବସ୍ତୁଦୋଷ ଦେଖା ଦେବା ସହ ଆର୍ଥିକ ସମସ୍ଯା ଦେଖା ଦେଇଥାଏ । ରେଶମ କପଡା ପକାଇ ଠାକୁର ଘରେ ଶିବଲିଙ୍ଗ ରଖିବା ଉଚିତ । ଏହା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ ।

ଠାକୁର ଘରେ ପୁରୁଣା ହୋଇଥିବା ଫୁଲ, ମାଳ ଏବଂ ଅଗରବତୀ ଜମାକରି ରଖିବା ଉଚିତ ନୁହେଁ । ଏହାଦ୍ବାରା ନକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ଏବଂ ଆୟ କମ୍ ହୋଇଥାଏ । ଠାକୁର ଘର ତାଲା ପକାଇ ବାହାରେ ବେଶୀ ଦିନ ରହିବା ଉଚିତ ନୁହେଁ । ଠାକୁର ଘରେ ନିୟମିତ ପୂଜା ବ୍ୟବସ୍ଥା କରିବା ଦ୍ଵାରା କଲ୍ୟାଣକାରୀ ହୋଇଥାଏ ।

ଠାକୁର ଘରେ ଉଗ୍ର ଦେବୀଦେବତାଙ୍କ ଫଟୋ କିମ୍ବା ମୂର୍ତ୍ତି ରଖିବା ଉଚିତ ନୁହେଁ , ଏହା ଅଶୁଭ ହୋଇଥାଏ । ଠାକୁର ଘରେ କେବେବି ଦିଆସିଲି ରଖିବା ଉଚିତ ନୁହେଁ କିମ୍ବା ଦରପୋଡା ଦିଆସିଲି କାଠି ପକାଇବା ଅନୁଚିତ । ଦିଆସିଲି ବ୍ୟବହାର କରିବା ପରେ ବାହାରେ ରଖିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ । ଠାକୁର ପୂଜା କରିବା ସମୟରେ ଆସନ ପକାଇ ବସିବା ଉଚିତ ।

କେବେବି ବିନା ଆସନରେ ବସନ୍ତୁ ନାହିଁ ଏହା ଅମଙ୍ଗଳକାରୀ ହୋଇଥାଏ । ସକାଳେ ଠାକୁର ପୂଜା ସମୟରେ ବ୍ୟବହାର କରିଥିବା ଫୁଲ ସନ୍ଧ୍ୟା ସମୟରେ ଠାକୁରଙ୍କ ଠାରୁ ବାହାର କରିଦେବା ଉଚିତ । ଏହାଦ୍ବାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button