IBN ଓଡ଼ିଶା ବ୍ୟୁରୋ

ବାସ୍ତୁ ଅନୁଯାୟୀ କିପରି କରିବା ଉଚିତ ଠାକୁର ଘର ? କେଉଁ ଦିଗରେ କରିବେ ? କେଉଁ ଦିଗକୁ ଠାକୁରଙ୍କ ମୁହଁ ରହିବ ? କେଉଁଠି ରଖିବେ ତୁଳସୀ ଚଉରା ?

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଠାକୁର ଘର କେଉଁ ଦିଗରେ ହେବା ଉଚିତ, ଠାକୁର କେଉଁ ଦିଗକୁ ବସିବା ଦରକାର, ଠାକୁରଙ୍କୁ କେଉଁ ଦିଗକୁ ମୁଖ କରି ପୂଜା କରିବା, ଠାକୁର ଘରେ କଣ କଣ ହେବା ଦରକାର, ଠାକୁର ଘରେ କଣ କଣ ନ କରିବାକୁ ବାରଣ କରାଯାଇଛି ସେହି ବିଷୟରେ ଆଲୋଚନା କରିବାକୁ ଯାଉଛୁ । ଠାକୁର ଘର ସର୍ବଦା ଐଶାନ୍ୟ କୋଣରେ କରିବା ଉଚିତ । ଉତ୍ତର ଓ ପୂର୍ବ ଦିଗ ମିଶି କରି ଯେଉଁ ଦିଗ ସୃଷ୍ଟି ହୋଇଥାଏ ତାହାକୁ ଐଶାନ୍ୟ କୋଣ କୁହାଯାଇଥାଏ ।

ଯଦି ଐଶାନ୍ୟ କୋଣରେ ଠାକୁର ଘର କରିବା ସମ୍ଭବ ହୋଇନଥାଏ । ସାମାନ୍ଯ ଉତ୍ତର କିମ୍ବା ପୂର୍ବ ଦିଗ ପାଖାପାଖି କୌଣସି ସ୍ଥାନରେ ଠାକୁର ଘର କରନ୍ତୁ । ଶୋଇବା ଘରେ କେବେ ମଧ୍ୟ ଠାକୁର ଘର କରିବା ଉଚିତ ହୋଇନଥାଏ । ଯଦି ଜାଗା ଅଭାବରୁ ଆପଣ ଶୋଇବା ଘରେ ଠାକୁର ଘର କରିଛନ୍ତି । ତେବେ ଠାକୁରଙ୍କ ପାଇଁ ସ୍ଵତନ୍ତ୍ର ଆସ୍ଥାନ ବା ମଣ୍ଡପ ଗଢି ସେଥିରେ ପରଦା ପକାଇବା ପାଇଁ ବ୍ୟବସ୍ଥା ରଖନ୍ତୁ । ଠାକୁର ଘରର କବାଟ ବା ଝରକା ଆଦି ଉତ୍ତର କିମ୍ବା ପୂର୍ବ ଦିଗକୁ କରାଯାଇପାରିବ ।

ଠାକୁର ଘରର କବାଟ ଏକ ସାଇଡ ନକରି ଜାଉଁଳି କବାଟ ବା ୨ ପଟିଆ ହେବା ଉଚିତ । ଲୁହା, ଟିଣ କିମ୍ବା ଗ୍ରୀଲର କବାଟ ଠାକୁର ଘରର କରନ୍ତୁ ନାହିଁ । ସବୁବେଳେ ଠାକୁର ଘରର କବାଟ କାଠରେ ପ୍ରସ୍ତୁତ କରନ୍ତୁ । ଠାକୁର ଘରର ବନ୍ଧ ୪ କାଠ ବିଶିଷ୍ଟ ବନ୍ଧ କରନ୍ତୁ । ଠାକୁର ଘର କବାଟ ଆପେ ଆପେ ବନ୍ଦ ବା ଖୋଲିବା ଅନୁଚିତ । ଘରେ ଠାକୁର ମୂର୍ତ୍ତି ଅପେକ୍ଷା ଫୋଟ ପୂଜା କରିବା ଉଚିତ ।

ଯଦି ମଧ୍ୟ ଠାକୁର ମୂର୍ତ୍ତି ପୂଜା କରୁଛନ୍ତି ତେବେ ଉଚ୍ଚତା ୬ ଆଙ୍ଗୁଳୀରୁ କମ୍ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ପୂଜା କରନ୍ତୁ । ଘରେ କାଳୀ, ଶିବ, ହନୁମାନ ଓ ନୃସିଙ୍ଘ ମୂର୍ତ୍ତି ପୂଜା କରିବା ନିଷେଧ ଅଟେ । ଠାକୁରଙ୍କ ମୂର୍ତ୍ତି କୁ କାନ୍ଥକୁ ଲାଗି କିମ୍ବା ଟଙ୍ଗାଇ ପୂଜା କରିବା ଉଚିତ ନୁହେଁ । ଏଥିପାଇଁ ସ୍ଵତନ୍ତ୍ର ଆସ୍ଥାନ ବା ବିମାନ ପ୍ରସ୍ତୁତ କରି ଠାକୁରଙ୍କୁ ପୂଜା କରିବା ଉଚିତ ହୋଇଥାଏ । ସେହି ଘରର ଉତ୍ତର ପୂର୍ବ କୋଣରେ ଠାକୁର ଫୋଟ ରଖି ପୂଜା କରନ୍ତୁ ।

ଠାକୁରଙ୍କ ପାଇଁ କରିଥିବା ଆସ୍ଥାନଟି କାନ୍ଥକୁ ଲଗାଇ କରିବା ଅନୁଚିତ । ଠାକୁର ଘରର କବାଟ ଠାକୁର ଘରର ଫୋଟ ସାମ୍ନାରେ ରଖିବା ଉଚିତ ନୁହେଁ । ଠାକୁର ବସିବା ସ୍ଥାନକୁ ମାର୍ବଲ କରନ୍ତୁ । ପୁରା ମେଜିଆ ମାର୍ବଲ କରନ୍ତୁ ନାହିଁ । ଠାକୁର ଫୋଟକୁ ପଶ୍ଚିମ ମୁଖା କରି ରଖିବା ଉଚିତ ହୋଇଥାଏ । ତୁଳସୀ ଚଉରା ମଧ୍ୟ ଐଶାନ୍ୟ କୋଣରେ ହେବା ଉଚିତ ।

ପୂଜା କରିବା ସମୟରେ ଠାକୁରଙ୍କୁ ଦକ୍ଷିଣ ଦିଗରେ ରଖି ନିଜେ ଉତ୍ତର ଦିଗକୁ ମୁଖ କରିବା ଉଚିତ । ପୂଜାଘରେ ବ୍ୟାୟାମ ବା ଯୋଗ କରନ୍ତୁ ନାହି । ଠାକୁର ଘର ଛାତକୁ ପିରାମିଡ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button