IBN ଓଡ଼ିଶା ଏକ୍ସକ୍ଲୁସିଭ୍

ସକାଳୁ ବାସି ମୁହଁରେ କିସମିସ ଖାଇବାର ଫାଇଦା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, ଜୀବନରେ କେବେବି ବି ବୁଢା ଲାଗିବେନି

ନମସ୍କାର ବନ୍ଧୁଗଣ, ନିଜର ସୌନ୍ଦର୍ଜ୍ୟକୁ ଜୀବନସାରା ପାଇଁ ସ୍ଥାୟୀ ଭାବରେ ରଖିବା ପାଇଁ କାହାର ବା ଇଚ୍ଛା ନଥାଏ । ନିଜର ସୌନ୍ଦର୍ଜ୍ୟକୁ ସ୍ଥାୟୀ ରଖିବା ପାଇଁ ଏଭଳି କିଛି ଘରୋଇ ଉପଚାର ଅଛି ଯାହାକି ଆପଣଙ୍କ ରୂପକୁ କେବେ ମଧ୍ୟ ବୁଢା ଦେଖାଯିବା ପାଇଁ ଦେବ ନାହିଁ । ତେଣୁ ଆଜି ଆମେ ଆପଣମାନଙ୍କୁ ଜଣାଇବାକୁ ଯାଉଛୁ ଖିସମିସ ସହ ଜଡିତ ଘରୋଇ ଉପଚାର ଯାହାକୁ ଆପଣ ମାନେ ବ୍ୟବହାର କରିବା ପରେ ଆଶ୍ଚର୍ଯ୍ୟ ଜନକ ଫଳ ପାଇବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ଉପାୟ ସମ୍ପର୍କରେ ।

ଯଦି ଆପଣଙ୍କ ଠାରେ କବଜ ସମସ୍ୟା ରହିଛି ତେବେ ଆପଣ ରାତିରେ ଶୋଇବା ସମୟରେ ଗରମ କ୍ଷୀରରେ ଖିସମିସକୁ ଫୁଟାଇ ସେବନ କରନ୍ତୁ । ଏହା କରିବା ଫଳରେ ଆପଣଙ୍କ ପେଟ ସମ୍ପୂର୍ଣ ସଫା ରହିବା । ଯଦି ଆପଣ ଆବଶ୍ୟକତା ଠାରୁ ବେଶି ପତଳା ଅଟନ୍ତି ଏବଂ ସମସ୍ତଙ୍କ ମଜାର ପାତ୍ର ବନୁଛନ୍ତି ତେବେ ଆପଣ ରାତିରେ ଶୋଇବା ସମୟରେ 20ଟି ଖିସମିସ ରାତିରେ ଶୋଇବା ସମୟରେ ଏକ କପ ପାଣିରେ ଭିଜାଇ ଦିଅନ୍ତୁ ।

ଏହା ପରଦିନ ଆପଣ ସକାଳୁ ଉଠି ଖିସମିସ ଚୋବାଇ ଖାଇନିଅନ୍ତୁ । ଏହାପରେ ଆପଣ ସେହି ପାଣିକୁ ପିଇଦିଅନ୍ତୁ । ଆପଣ 20ଟି ଖିସମିସ କ୍ଷୀରରେ ଫୁଟାଇ ସକାଳେ ସେବନ କରିବା ଦ୍ଵାରା ଆପଣଙ୍କ ଓଜନ ବୃଦ୍ଧି ହେଇଥାଏ । ଯଦି ଆପଣଙ୍କ ଠାରେ ରକ୍ତ ହୀନତା ସମସ୍ଯା ରହିଛି ତେବେ ଆପଣ ସକାଳେ କଞ୍ଚା କ୍ଷୀରରେ 20 ରୁ 25ଟି ଖିସମିସକୁ ଭିଜାଇ ଏକ ଘଣ୍ଟା ପର୍ଯ୍ୟନ୍ତ ରଖିଦିଅନ୍ତୁ ।

ଏହାପରେ ଆପଣ ସେହି କ୍ଷୀରକୁ ଭଲ ଭାବରେ ଫୁଟାନ୍ତୁ । ଫୁଟିସାରିବା ପରେ ଆପଣ ଏହାର ସେବନ କରନ୍ତୁ । ଏହା କରିବା ପରେ ଆପଣ ଏହାର ଫାଇଦା ନିଶ୍ଚୟ ଦେଖିବାକୁ ପାଇବେ । ଜାଣି ରଖନ୍ତୁ କି ଖିସ ମିସ ଆମ ହାଡକୁ ଶକ୍ତିଶାଳୀ କରିଥାଏ । ତେଣୁ ଆପଣ ରାତିରେ ଏକ ଗ୍ଳାସ ପାଣିରେ 20 ଟି ଖିସମିସ ଭିଜାଇ ଦିଅନ୍ତୁ । ଏବଂ ସକାଳୁ ଉଠି ଏହାର ସେବନ କରନ୍ତୁ ।

ଆପଣ ଏହା କରିବା ଫଳରେ ଆପଣଙ୍କ ଆଣ୍ଠୁ ଗଣ୍ଠି ସହ ଜଡିତ ସମସ୍ତ ସମସ୍ୟା ଦୂର ହୋଇଯିବ । ଯଦି ଆପଣଙ୍କ ସ୍ମରଣ ଶକ୍ତି ଧୀରେ ଧୀରେ କମିବାକୁ ଲାଗିଲାଣି ତେବେ ଆପଣ 20ଟି ଖିସମିସ ଏକ ଗ୍ଳାସ ପାଣିରେ ରାତିସାର ଭିଜାଇ ରଖିଦିଅନ୍ତୁ । ଯଦି ଆପଣ ଏହି ଉପାୟ ଟିକୁ ମାଟି ପାତ୍ରରେ କରିବେ ତେବେ ଏହାର ଭଲ ଫାଇଦା ଆପଣ ପାଇପାରିବେ ।

ଆପଣ ଖିସମିସ ମିଶା ପାଣିରେ ଅଳ୍ପ କେସର ଏବଂ ଗୋଲାପ ଜଳ ମିଶାଇ ଦିଅନ୍ତୁ । ଏହା କରିବାର ପରଦିନ ସକାଳୁ ଉଠି ଖିସମିସକୁ କାଢି ଚୋବାଇ ଖାଇ ଦିଅନ୍ତୁ । ଏବଂ ସେହି ପାଣିର ସେବନ କରନ୍ତୁ । 15 ଦିନ ଏହି ପ୍ରୟୋଗ କରିବା ଫଳରେ ଆପଣଙ୍କ ସ୍ମରଣ ଶକ୍ତିରେ ବୃଦ୍ଧି ହୋଇଥାଏ । ନିଜର ବୟସକୁ ସ୍ଥାୟୀ ରଖିବା ପାଇଁ ଚାହୁଁଥିଲେ ନିୟମିତ ସକାଳୁ ଉଠି ଖିସମିସ ଖାଇବା ଆବଶ୍ୟକ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button