ରାଜ୍ୟ

ନାବାଳିକା ଦୁଷ୍କର୍ମ ମାମଲା: ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍, ୨୫ ହଜାର ଜରିମାନା – Ibnodisha

[ad_1]

ସୁନ୍ଦରଗଡ଼: ସୁନ୍ଦରଗଡ଼ ସ୍ବତନ୍ତ୍ର ପକ୍ସୋ କୋର୍ଟରେ ୨୮ ତାରିଖ ଗୁରୁବାର ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଅଭିଯୁକ୍ତ ଭଷ୍ମା ଥାନା ଡୁମେରକୁଦର ତେଲେସଫର ଟପ୍ନୋ (୩୯)କୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଜେଲ ଓ ୨୫ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦାୟରେ ଜେଲ ଦଣ୍ଡ ଅଧିକ ୫ ମାସ ବୃଦ୍ଧି କରିବାକୁ ରାୟରେ ଉଲ୍ଲେଖ ରହିଛି। ଦୁଷ୍କର୍ମ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ପକ୍ସୋ ଜଜ୍ ମହେନ୍ଦ୍ର କୁମାର ସୂତ୍ରଧର ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦେଶ ଦେଇଛନ୍ତି। ୨୦୨୦ ଜାନୁଆରି ୧୫ରେ ତେଲେସଫର ୭ ବର୍ଷର ନାବାଳିକାଙ୍କୁ ଘରେ ପଶି ଦୁଷ୍କର୍ମ କରିଥିଲା। ୧୭ ତାରିଖରେ ପୀଡ଼ିତାଙ୍କ ଆଈ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ତେଲେସଫରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାକୁ ଗମ୍ଭୀରତାର ସହ ନେଇ ପୁଲିସ ମାତ୍ର ୨୦ ଦିନ ମଧ୍ୟରେ ୧୭.୨.୨୦୨୦ରେ ଚାର୍ଜସିଟ ଦାଖଲ କରିଥିଲା। ୧୩.୪.୨୦୨୧ରେ କୋର୍ଟ ସାକ୍ଷ୍ୟ ଗ୍ରହଣ କରି ଶୁଣାଣିକୁ ସଂରକ୍ଷିତ ରଖି ୨୮.୯.୨୦୨୩ରେ ରାୟ ପ୍ରକାଶ କରିଥିଲେ। ମାମଲାକୁ ସ୍ବତନ୍ତ୍ର ପିପି ଦେବାଶିଷ ମିଶ୍ର ପରିଚାଳନା କରିଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button