‘ଗଞ୍ଜାମ କଳା ପରିଷଦ’ରେ ପ୍ରଥମ ଥର ପାଇଁ ମଞ୍ଚରେ ପରିବେଷଣ କରିଥିଲେ ୱାହିଦା ରେହମାନ – Ibnodisha

[ad_1]

ମୁମ୍ବାଇ: ମଙ୍ଗଳବାର ବଲିଉଡ୍ କିମ୍ବଦନ୍ତୀ ତଥା ବର୍ଷିୟାନ୍ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ସିନେ ଜଗତର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା ହୋଇଛି।
ତେବେ ଆମ ରାଜ୍ୟ ପାଇଁ ଗର୍ବର କଥା ହେଉଛି, ଅଭିନେତ୍ରୀ ନୃତ୍ୟଶିଳ୍ପୀ ଭାବରେ ମଞ୍ଚରେ ପ୍ରଥମେ ବ୍ରହ୍ମପୁରରେ ଥିବା ‘ଗଞ୍ଜାମ କଳା ପରିଷଦ’ରେ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ ତାଙ୍କ ଦାଦା ତଥା ସମାଜକର୍ମୀ ଡକ୍ଟର ଫିରୋଜ୍ ଅଲୀ। ୱହିଦା ମଞ୍ଚରେ ଭାରତ ନାଟ୍ୟମ ନୃତ୍ୟ ପରିବେଷଣ କଲା ବେଳେ ତେଲୁଗୁ ଚଳଚ୍ଚିତ୍ର ନିର୍ଦ୍ଦେଶକ ତାଙ୍କୁ ଦେଖିଥିଲେ ଏବଂ ପ୍ରଥମ ଥର ପାଇଁ ୱାହିଦାଙ୍କୁ ଚଳଚ୍ଚିତ୍ରରେ କାମ କରିବା ପାଇଁ ସୁଯୋଗ ପ୍ରଦାନ କରିଥିଲେ। ପରେ ସେ ଦେବ ଆନନ୍ଦ ଏବଂ ଗୁରୁ ଦତ୍ତଙ୍କ ଫିଲ୍ମ ‘ସିଆଇଡି’ରେ କାମ କରି ଭାରତୀୟ ସିନେମାର ଏକ ଜଣାଶୁଣା ନାମ ପାଲଟି ଯାଇଥିଲେ।
ୱହିଦାଙ୍କ ଦାଦା ଡକ୍ଟର ଫିରୋଜ୍ ଅଲୀ ଜଣେ ବିଶାଳ ହୃଦୟର ଲୋକ ଥିଲେ। ତାଙ୍କ ଜୀବନରେ ସେ ଅନେକ ରୋଗୀଙ୍କୁ ମାଗଣା ସେବା ଯୋଗାଇଛନ୍ତି। ସେ କଟକର ମୂଳ ବାସିନ୍ଦା ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ବ୍ରହ୍ମପୁର ସହରରେ ପ୍ରତିଷ୍ଠିତ ହୋଇଥିଲେ। ସେ ସମୟରେ ଲୋକେ ତାଙ୍କ ଘରକୁ ‘ହ୍ବାଇଟ୍ ହାଉସ୍’ ନାମରେ ଜାଣୁଥିଲେ। ଯାହାକି ଖଲିକୋଟ କଲେଜ ଷ୍ଟାଡିୟମ ଏବଂ ପାଲୁର ବଙ୍ଗଲୋ ଷ୍ଟ୍ରିଟ୍ ମଧ୍ୟରେ ଅବସ୍ଥିତ ଥିଲା।
ୱାହିଦା ଜଣେ ଜଣାଶୁଣା ଷ୍ଟାର୍ ବନିବା ‘ରେଡ କ୍ରସ୍ ହସ୍ପିଟାଲ’ ପାଇଁ ସାହାଯ୍ୟ ପାଣ୍ଠି ସଂଗ୍ରହ କରିବାକୁ ସେ ପୁନର୍ବାର ବ୍ରହ୍ମପୁର ଆସିଥିଲେ। ଏହି ପାଣ୍ଠି ସେତେବେଳେ ‘ରେଡ କ୍ରସ୍ ହସ୍ପିଟାଲ’ର ମାତୃତ୍ୱ ୱାର୍ଡ ପାଇଁ ବ୍ୟବହୃତ ହୋଇଥିଲା, ଯାହାକି ବର୍ତ୍ତମାନ ବ୍ରହ୍ମପୁରର ସିଟି ହସ୍ପିଟାଲ୍ ଭାବରେ ଜଣାଶୁଣା। ବ୍ରହ୍ମପୁରରେ ଥିବା ‘ଗଞ୍ଜାମ କଳା ପରିଷଦ’ରେ ପ୍ରଦର୍ଶନ କରିବା ପୂର୍ବରୁ ସେ ତାଙ୍କ ଖୁଡ଼ି ଏବଂ ସଂପର୍କୀୟ ଭଉଣୀଙ୍କ ସହ ଉଠାଇଥିବା ଫଟୋଟି ଏଠାରେ ଦିଆଯାଇଛି।
ୱାହିଦାଙ୍କ ଜନ୍ମ ୧୯୩୮ ମସିହା ଫେବ୍ରୁଆରି ୩ ତାରିଖ। ସେ ତାଙ୍କ ଦୀର୍ଘ ପାଞ୍ଚ ଦଶଂଦ୍ଧି କ୍ୟାରିୟର୍ ମଧ୍ୟରେ ପ୍ରାୟ ୯୦ଟି ସିନେମାନେ ଅଭିନୟ କରିଛନ୍ତି। ନିଜର ଚମତ୍କାର ଅଭିନୟ ପାଇଁ ୱାହିଦାଙ୍କୁ ନେସ୍ନାଲ୍ ଫିଲ୍ମ ଆୱାର୍ଡ, ଫିଲ୍ମଫେୟାର୍ ଆୱାର୍ଡ, ପଦ୍ମଶ୍ରୀ ଓ ପଦ୍ମଭୂଷଣ ଆଦିରେ ସମ୍ମାନିତ କରାଯାଇଛି। ତାଙ୍କ ସ୍ବପ୍ନ ଥିଲା ଜଣେ ଡାକ୍ତର ବନିବା। ମାତ୍ର ପରିବାରର ପରିସ୍ଥିତି ପାଇଁ ପରବର୍ତ୍ତୀ ସମୟରେ ସେ ଏହି କ୍ଷେତ୍ରରେ ପାଦ ରଖିଥିଲେ।
[ad_2]