ମନୋରଞ୍ଜନ

ଝିଅକୁ ହରାଇବାର ୯ଦିନ ପରେ କାମକୁ ଫେରିଲେ ତାମିଲ ଅଭିନେତା ବିଜୟ – Ibnodisha

[ad_1]

ଚେନ୍ନାଇ: କିଛି ଦିନ ତଳେ ତାମିଲ ସିନେମାର ଲୋକପ୍ରିୟ ଅଭିନେତା ତଥା ସଙ୍ଗୀତ ନିର୍ଦ୍ଦେଶକ ବିଜୟ ଆଣ୍ଟୋନିଙ୍କ ଝିଅଙ୍କର ଝୁଲନ୍ତା ମୃତଦେହ ଘରୁ ଉଦ୍ଧାର ହୋଇଥିଲା। ୧୬ ବର୍ଷର ଝିଅ ଆତ୍ମହତ୍ୟା କରିବା ପରେ ବିଜୟ ଓ ତାଙ୍କ ପରିବାର ସ୍ତବ୍ଧ ହୋଇଯାଇଥିଲେ। ଝିଅର ମୃତ୍ୟୁ ପରେ ବାପା ବିଜୟ ଆଣ୍ଟୋନି କହିଥିଲେ, ଝିଅ ସହ ମୁଁ ବି ମରିଯାଇଛି। ପରିବାର ଉପରେ ଏତେ ବଡ଼ ଦୁଃଖର ପାହାଡ଼ ଭାଙ୍ଗିବା ପରେ ଏବେ ନିଜକୁ ସମ୍ଭାଳି ପୁଣି ଥରେ ବିଜୟ କାମକୁ ଫେରିଥିବା ଦେଖାଯାଇଛି।

ବିଜୟ ଏବେ ନିଜର ଆଗାମୀ ଫିଲ୍ମର ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଉଥିବାରୁ ତାଙ୍କ ମନୋବଳକୁ ପ୍ରଶଂସା କରିଛନ୍ତି ତାଙ୍କ ପ୍ରଶଂସକ। ଝିଅର ମୃତ୍ୟୁକୁ ୯ଦିନ ବିତି ସାରିଥିବା ବେଳେ ‌ବିଜୟ ନିଜର ଆଗାମୀ ଫିଲ୍ମ ‘ରଥଥମ’ର ପ୍ରଚାର କରିବା ଆରମ୍ଭ କରିଛନ୍ତି। ଏହି ସମୟର କିଛି ଫଟୋ ସେୟାର କରି ପ୍ରଯୋଜକ ଜି ଧନଞ୍ଜୟନ୍, ବିଜୟଙ୍କ ପ୍ରଶଂସା କରିବା ଆରମ୍ଭ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଚେନ୍ନାଇସ୍ଥିତ ବାସଭବନରେ ବିଜୟଙ୍କ ଝିଅ ମୀରାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ଏହାପରେ ମୀରାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ମୀରା ଅବସାଦଗ୍ରସ୍ତ ‌ଥିବାରୁ ଔଷଧ ଖାଉଥିଲେ। ହେଲେ ଅବସାଦ ମୀରାଙ୍କ ଦ୍ବାରା ଏଭଳି କିଛି କରାଇଦେବ ବୋଲି ପରିବାର ଲୋକେ ଚିନ୍ତା କରିନଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button