ମନୋରଞ୍ଜନ

ସଞ୍ଜୟ ଲୀଲା ଭଁସାଲୀଙ୍କ ଫିଲ୍ମରେ କାମ କରି ବି ଅଭିନେତା ଅସଫଳ: ଆଲିଆଙ୍କ ନାୟକ ହୋଇ ବି ମିଳୁନି ସିନେମା – Ibnodisha

[ad_1]

ମୁମ୍ବାଇ: ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଁସାଲୀଙ୍କ ଫିଲ୍ମରେ କାମ କରି ବି ଅଭିନେତା ଶାନ୍ତନୁ ମାହେଶ୍ୱରୀଙ୍କୁ ସେଭଳି ଆଖିଦୃଶିଆ ସଫଳତା ଏଯାଏ ମିଳିନି। ସେ ସଞ୍ଜୟ ଲୀଲା ଭଁସାଲୀଙ୍କ ‘ଗଙ୍ଗୁବାଇ କାଠିଆୱାଡି’ରେ ଆଲିଆ ଭଟ୍ଟଙ୍କ ନାୟକ ଭୂମିକାରେ ଅଭିନୟ କରିଥିଲେ। କିନ୍ତୁ, ଏତେ ବଡ଼ ସୁଯୋଗ ପାଇବା ପରେ ବି ପରେ ତାଙ୍କୁ ବଲିଉଡରେ ମିଳିଲାନି କୌଣସି ବଡ଼ ସିନେମାର ଅଫର୍।ବାଧ୍ୟ ହୋଇ ଶାନ୍ତନୁ ମାହେଶ୍ୱରୀ ଏବେ ଧାରାବାହିକରେ କାମ କରୁଛନ୍ତି। ତାଙ୍କ ନୂଆ ଧାରାବାହିକ ‘କ୍ୟାମ୍ପସ୍ ବିଟ୍ସ’ ରିଲିଜ୍ ହୋଇଛି। ଏହି ଧାରାବାହିକର କାହାଣୀ ନୃତ୍ୟ ଏକାଡେମୀକୁ ନେଇ ଆଧାରିତ। ଯେତେବେଳେ ଏହି ନୃତ୍ୟ ଏକାଡେମୀର ଏକ କାର୍ଯ୍ୟକ୍ରମରେ ଏକାଡେମୀର ବାହାର ଲୋକେ ସାମିଲ ହୁଅନ୍ତି, ଛାତ୍ରମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା, ବନ୍ଧୁତା, ପ୍ରେମ ଏବଂ ତୀବ୍ର ପ୍ରତିଯୋଗିତା ସହିତ ଏକ ଭାବପ୍ରବଣତା ସୃଷ୍ଟି କରେ। ଏଭଳି କାହାଣୀକୁ ନେଇ ଧାରାବାହିକ ଗତିଶୀଳ ହୋଇଛି।

ୱେବ୍ ସିରିଜ୍ ‘କ୍ୟାମ୍ପସ୍ ବିଟ୍ସ’ରେ ଈଶାନଙ୍କ ଭୂମିକାରେ ଅଭିନୟ କରୁଥିବା ଶାନ୍ତନୁ ମାହେଶ୍ୱରୀ କହନ୍ତି,’ ଇଶାନ ଏକ ଧନୀ ପରିବାରର ବାଳକ। ସେ ଜଣେ ଦକ୍ଷ ଏବଂ ଏକାଡେମୀର ଛାତ୍ର, ଯିଏ ଏକାଧିକ ଷ୍ଟ୍ରିଟ୍ ଡ୍ୟାନ୍ସ ଶୈଳୀରେ ପାରଙ୍ଗମ ଏବଂ ନୃତ୍ୟ ପ୍ରତି ତାଙ୍କର ଆଗ୍ରହକୁ ଆଧାର କରି ନିଜର ଭବିଷ୍ୟତ ଗଢିବାକୁ ଇଚ୍ଛା କରେ, କିନ୍ତୁ ସଫଳ ହୁଏ ନାହିଁ। ଏଣେ ସେ ଓଟିଟି ଆମାଜନ ମିନି ଟିଭିର ଶୋ’ରେ ବି କାମ କରୁଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button