ଦେଶ

କଂଗ୍ରେସ-ବିଜେପି ଲଢ଼େଇକୁ ନେଇ ରାହୁଲଙ୍କ ଟିପ୍ପଣୀ: ଗୋଟିଏ ପାର୍ଶ୍ବରେ ଗାନ୍ଧୀ, ଅନ୍ୟ ପାର୍ଶ୍ବରେ ଗଡସେ – Ibnodisha

[ad_1]

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି କଂଗ୍ରେସ ଏବଂ ବିଜେପିର ବିଚାରଧାରା ଭିତରେ ଥିବା ପ୍ରଭେଦକୁ ଦର୍ଶାଇବାକୁ ଯାଇ ବିଜେପିକୁ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେ ସହ ତୁଳନା‌ କରିଛନ୍ତି। ମଧ୍ୟପ୍ରଦେଶ ଶାଜାପୁରରେ ‘ଜନ ଆକ୍ରୋଶ’ ରୢାଲିରେ ଉଦ୍‌ବୋଧନ ଦେଇ ରାହୁଲ କହିଛନ୍ତି, ଏହା ଦୁଇଟି ବିଚାରଧାରା ମଧ୍ୟରେ ଲଢ଼େଇ।

ଗୋଟିଏ ପାର୍ଶ୍ବରେ କଂଗ୍ରେସ ଦଳ ଏବଂ ଅନ୍ୟପଟେ ଆର୍‌ଏସଏସ ଓ ବିଜେପି। ଗୋଟିଏ ପାର୍ଶ୍ବରେ ମହାତ୍ମା ଗାନ୍ଧୀ ଏବଂ ଅପର ପାର୍ଶ୍ବରେ ଗଡସେ। ରାହୁଲ କହିଛନ୍ତି, କଂଗ୍ରେସ ଏବଂ ବିଜେପି ମଧ୍ୟରେ ଲଢ଼େଇ ହେଉଛି ଘୃଣା ବନାମ ପ୍ରେମ ଏବଂ ଭ୍ରାତୃଭାବର। ସେମାନେ ଯେଉଁଠିକୁ ଯାଉଛନ୍ତି ସେଠାରେ ଘୃଣା ବାଣ୍ଟୁଛନ୍ତି। କିନ୍ତୁ କଂଗ୍ରେସ ଦଳ ପ୍ରେମ ଏବଂ ଭାଇଚାରା ବାଣ୍ଟୁଛି। ଏବେ ମଧ୍ୟପ୍ର‌ଦେଶର କୃଷକ ଏବଂ ଯୁବଗୋଷ୍ଠୀ ସେମାନଙ୍କୁ ଘୃଣା‌ କରିବା ଆରମ୍ଭ କଲେଣି। ଲୋକଙ୍କ ସହ ବିଜେପି ଅନ୍ୟାୟ କରୁଛି ଏବଂ ଏହାର ପରିଣାମ ମଧ୍ୟ ପାଉଛି ବୋଲି ରାହୁଲ କହିଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button