ମନୋରଞ୍ଜନ

ଅନ୍ୟ ବିରୋଧରେ କହିବାରୁ ଆଜି ଗୋବିନ୍ଦା ‌ଘରେ ବସିଛନ୍ତି: ପହଲାଜ୍ ନିହଲାନି – Ibnodisha

[ad_1]

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦା ଦୀର୍ଘ ସମୟ ଧରି ବଡ ପରଦାରୁ ଦୂରେଇ ରହିଛନ୍ତି। ତାଙ୍କୁ ଶେଷ ଥର ପାଇଁ ୨୦୦୭ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ପାର୍ଟନର’ରେ ଦେଖିବାକୁ ମିଳିଥିଲା। ଏହା ପରେ ତାଙ୍କୁ କୌଣସି ଭଲ ଫିଲ୍ମରେ ଦେଖିବାକୁ ପାଇନାହାନ୍ତି ଦର୍ଶକ। ଏତେ ଦିନ ଧରି ପରଦାରୁ ଦୂରେଇ ରହିଥିବା ଗୋବିନ୍ଦାଙ୍କୁ ନେଇ ଚଳଚ୍ଚିତ୍ର ନିର୍ମାତା ପହଲଜ ନିହଲାନି ମୁହଁ ଖୋଲିଛନ୍ତି। ନିଜର ପତ୍ତନ ପାଇଁ ସେ ନିଜେ ଦାୟୀ ବୋଲି କହିଛନ୍ତି ପହଲାଜ୍।

ବଲିଉଡ ଠିକାନାକୁ ଦେଇଥିବା ଏକ ସାକ୍ଷାତକାରରେ ପହଲାଜ କହିଛନ୍ତି ଯେ ଗୋବିନ୍ଦାଙ୍କ ସହ ମୋ ସମ୍ପର୍କ ଆହୁରି ଖରାପ ହୋଇଯାଇଥିଲା ଯେତେବେଳେ ଅଭିନେତା ମୋ ବିରୋଧରେ ମନ୍ତବ୍ୟ ଦେବା ଆରମ୍ଭ କରିଥିଲେ। ତାଙ୍କର ଫିଲ୍ମ ‘ରଙ୍ଗିଲା ରାଜା’ ରିଲିଜ୍ ହେବାକୁ ଥିବା ବେଳେ ଏହାର ଠିକ୍ ପୂର୍ବରୁ ଗୋବିନ୍ଦା, ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କ ଭଳି ଷ୍ଟାରଙ୍କ ନାମ ନେଇ କହିଥିଲେ ଯେ, ସେମାନଙ୍କ ଯୋଗୁଁ ତାଙ୍କୁ ବଲିଉଡରେ କାମ ମିଳୁନାହିଁ। ‘ରଙ୍ଗିଲା ରାଜା’ ରଜନୀକାନ୍ତଙ୍କ ଫିଲ୍ମର ରିମେକ୍ ଥିଲା। ମୋ ମତରେ, ସେ ରଜନୀକାନ୍ତଙ୍କ ଅପେକ୍ଷା ଭଲ କାମ କରିଥିଲେ। ଏହି ଫିଲ୍ମ ପାଇଁ ତାଙ୍କୁ ଅନେକ ପୁରସ୍କାର ମଧ୍ୟ ମିଳିଥାନ୍ତା। କିନ୍ତୁ ଫିଲ୍ମ ରିଲିଜ୍ ହେବାର ଠିକ୍ ପୂର୍ବରୁ ସେ ଗଣମାଧ୍ୟମରେ ଇଣ୍ଡଷ୍ଟ୍ରି ବିରୋଧରେ କହିବା ଆରମ୍ଭ କରିଥିଲେ। ଏହି କାରଣରୁ ଫିଲ୍ମକୁ ସଫଳତା ମିଳିଲା ନାହିଁ। ଅନ୍ୟ ବିରୋଧରେ କହିବାରୁ ଆଜି ସେ ‌ଘରେ ବସିଛନ୍ତି। ତାଙ୍କୁ କାମ ମିଳୁନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button