ଦେଶ

୬୦୦ ଟଙ୍କାରେ ମିଳିବ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଗ୍ୟାସସିଲିଣ୍ଡର – Ibnodisha

[ad_1]

ନୂଆଦିଲ୍ଲୀ: ଅକ୍ଟୋବର ୪ ତାରିଖ ବୁଧବାର ଦିନ ମୋଦୀ ମନ୍ତ୍ରୀମଣ୍ଡଳ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀମଣ୍ଡଳ ଉଜ୍ଜ୍ବଳା ଯୋଜନାର ହିତାଧିକାରୀଙ୍କୁ ଦେଉଥିବା ସବ୍‌ସିଡି ୨୦୦ ଟଙ୍କାରୁ ବୃଦ୍ଧି କରି ୩୦୦ ଟଙ୍କା କରିଛନ୍ତି। କ୍ୟାବିନେଟ ରାକ୍ଷୀ ପୂର୍ଣ୍ଣିମା ଏବଂ ଓନାମ୍ ଅବସରରେ ଏଲପିଜିରେ ୨୦୦ ଟଙ୍କା କମାଇବାକୁ ଘୋଷଣା କରିଥିଲେ। ଆଜି ଉଜ୍ଜ୍ବଳା ହିତାଧିକାରୀଙ୍କ ପାଇଁ ସବ୍‌ସିଡି ୨୦୦ ରୁ ବଢ଼ାଇ ୩୦୦ ଟଙ୍କଶ କରିଛନ୍ତି।
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପିଏମ ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ରକ୍ଷା ବନ୍ଧନ ଏବଂ ଓନାମ ଅବସରରେ ଆମେ ଏଲପିଜି ସିଲିଣ୍ଡର ୨୦୦ ଟଙ୍କା ହ୍ରାସ କରିଥିଲୁ। ଏହି ମୂଲ୍ୟ ୧୧୦୦ ରୁ ୯୦୦୦ ଟଙ୍କାକୁ ହ୍ରାସ ପାଇଛି।
ଉଜ୍ଜ୍ବଳା ଯୋଜନାର ହିତାଧିକାରୀଙ୍କୁ ୭୦୦ ଟଙ୍କାରେ ଗ୍ୟାସ ମିଳିଥିଲା। ଉଜ୍ଜ୍ବଳା ଯୋଜନାରେ ହିତାଧିକାରୀ ମହିଳାମାନେ ଏବେ ୩୦୦ ଟଙ୍କା ସବସିଡି ପାଇବେ। ଅର୍ଥାତ୍ ଉଜ୍ଜ୍ବଳା ଯୋଜନାର ହିତାଧିକାରୀମାନେ ବର୍ତ୍ତମାନ ୬୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ପାଇପାରିବେ।
ଦିଲ୍ଲୀରେ ଉଜ୍ଜ୍ବଳା ହିତାଧିକାରୀଙ୍କୁ ୧୪.୨ କିଲୋଗ୍ରାମ ଏଲପିଜି ସିିଲିଣ୍ଡର ପ୍ରତି ୭୦୩ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଏହାର ବଜାର ମୁଲ୍ୟ ଥିଲା ୯୦୩ ଟଙ୍କା। କେନ୍ଦ୍ର ମନ୍ତ୍ରୀ ମଣ୍ଡଳର ନିଷ୍ପତ୍ତି ପରେ ଏବେ ହିତାଧିକାରୀଙ୍କୁ ସିଲିଣ୍ଡର ୬୦୩ ଟଙ୍କାରେ ମିଳିବ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button