ଶ୍ରୀଦେବୀଙ୍କ ଫିଲ୍ମ ଫ୍ଲପ ହେବା ଜାଣି ମୋନା ଖାଲି ପାଦରେ ସିଦ୍ଧିବିନାୟକ ଯାଇଥିଲେ: ବୋନି କପୁର – Ibnodisha

[ad_1]
ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ବୋନି କପୁର ନିକଟରେ ତାଙ୍କ କ୍ୟାରିୟରର ଏକ କଠିନ ପର୍ଯ୍ୟାୟ ବିଷୟରେ କହିଛନ୍ତି। ତାଙ୍କର ବହୁ ଚର୍ଚ୍ଚିତ ଫିଲ୍ମ ‘ରୁପ୍ କି ରାନୀ ଚୋରୋଁ କା ରାଜା’ ଫ୍ଲପ୍ ହେବା ପରେ ସେ କିଭଳି ଭାଙ୍ଗିପଡ଼ିଥିଲେ, ତାହା କହିଛନ୍ତି ବୋନି। ଜାତୀୟ ଗଣମାଧ୍ୟମ ଦି ନ୍ୟୁ ଇଣ୍ଡିଆନକୁ ସାକ୍ଷାତକାର ଦେବା ସମୟରେ ଯେତେବେଳେ ତାଙ୍କୁ ୧୯୯୩ରେ ରିଲିଜ୍ ହୋଇଥିବା ଫିଲ୍ମ ‘ରୁପ୍ କି ରାନୀ ଚୋରୋଁ କା ରାଜା’ ବିଷୟରେ ପଚରାଗଲା, ସେତେବେଳେ ବୋନି ତାଙ୍କର ପରିସ୍ଥିତି କେତେ ଖରାପ ଥିଲା ତାହା ଜଣାଇଥିଲେ। ବୋନି କହିଥିଲେ ଯେ, ସେ ନିଜର ଟଙ୍କା ସହ ନିବେଶକଙ୍କ ଟଙ୍କା ମଧ୍ୟ ହରାଇଥିଲେ।
ତାଙ୍କ କହିବା ମୁତାବକ, ‘ରୁପ୍ କି ରାନୀ ଚୋରୋଁ କା ରାଜା’ ଫିଲ୍ମ ହିଟ୍ ହେବ ବୋଲି ଆମେ ସମସ୍ତେ ଆଶା ରଖିଥିଲୁ। ଏଥିରେ ଶ୍ରୀଦେବୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଶ୍ରୀଦେବୀଙ୍କ ପାଇଁ ଅନେକ ନିବେଶକ ଏହି ଫିଲ୍ମରେ ଟଙ୍କା ଲଗାଇଥିଲେ। ମୁଁ ମଧ୍ୟ ଟଙ୍କା ଧାର ଆଣି ଏହି ଫିଲ୍ମରେ ଲଗାଇଥିଲି। ହେଲେ ଫିଲ୍ମଟି ଫ୍ଲପ ହୋଇଯାଇଥିଲା। କୋଟି କୋଟି ଟଙ୍କା ହରାଇବା ପରେ ମୁଁ ଭାଙ୍ଗିପଡ଼ିଥିଲି। ଏହା ଦେଖି ମୋ ପତ୍ନୀ ମୋନା କପୁର ଖାଲି ପାଦରେ ସିଦ୍ଧିବିନାୟକ ମନ୍ଦିର ଯାଇଥିଲେ। ମୋ ଭାଇ ମୋ ସହିତ ଛିଡ଼ା ହୋଇଥିଲେ ଓ ସାହାଯ୍ୟ କରିଥିଲେ।
ତେବେ ‘ରୁପ୍ କି ରାନୀ ଚୋରୋଁ କା ରାଜା’ରେ ଶ୍ରୀଦେବୀ ଏବଂ ଅନିଲ କପୁର ମୁଖ୍ୟ ଭୂମିକାରେ ଥିଲେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଦିବଂଗତ ଅଭିନେତା ସତୀଶ କୌଶିକ। ଏହି ଚଳଚ୍ଚିତ୍ରରେ ଜ୍ୟାକି ଶ୍ରଫ, ଅନୁପମ ଖେର, ପରେଶ ରାୱଲ ଏବଂ ଜନି ଲିଭରଙ୍କ ଭଳି ଷ୍ଟାରମାନେ ମଧ୍ୟ ନଜର ଆସିଥିଲେ।
[ad_2]




