ମନୋରଞ୍ଜନ

ଏମାନଙ୍କୁ ବାହାର କର ! ଫଟୋ ପାଇଁ ପୋଜ୍ ଦେବାକୁ କହିବାରୁ ବିରକ୍ତି ପ୍ରକାଶ କଲେ ରଣବୀର – Ibnodisha

[ad_1]

ମୁମ୍ବାଇ: ‘ମହାଦେବ ଅନଲାଇନ୍ ବେଟିଂ ଆପ୍’କୁ ଯାଞ୍ଚ କରୁଥିବା କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ଇଡିର ନଜର ‌ଏବେ ବଲିଉଡ ସେଲିବ୍ରିଟିଙ୍କ ଉପରେ। ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଆପ୍‌କୁ ନେଇ ତଦନ୍ତ କରି ଏବେ ସେଲିବ୍ରିଟିମାନଙ୍କ ଉପରେ କଟକଣା ଲଗାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଏହି ମାମଲାରେ ବଲିଉଡର ଚକୋଲେଟ୍ ବଏ ରଣବୀର କପୁରଙ୍କୁ ସମନ ଜାରି କରି ପଚରାଉଚରା ପାଇଁ ଡକାଇଥିବା ବେଳେ ହାଜର ହେବା ପାଇଁ ୨ସପ୍ତାହ ସମୟ ମାଗିଛନ୍ତି ଅଭିନେତା।

ଏ ମଧ୍ୟରେ ରଣବୀରଙ୍କ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାହାରକୁ ଯିବାକୁ କହୁଛନ୍ତି। ଏହି ଭିଡିଓରେ ରଣବୀର ମୁମ୍ବାଇର ଏକ କ୍ଲିନିକ ଭିତରକୁ ଯାଉଥିବାର ନଜର ଆସିଛନ୍ତି। ଏ ମଧ୍ୟରେ ଯେତେବେଳେ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ଡାକିବା ଆରମ୍ଭ କରୁଛନ୍ତି, ସେତେବେଳେ ରଣବୀର କପୁର ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଅଣଦେଖା କରୁଛନ୍ତି। ଏହା ପରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହୁଛନ୍ତି ‘ଭିତରକୁ ଆସ ନାହିଁ’। ତଥାପି ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ଫଟୋ ପାଇଁ କହିବାରୁ ଏମାନଙ୍କୁ ଭିତରକୁ ଆସିବାକୁ ଦିଅନାହିଁ ବୋଲି କ୍ଲିନିକର ସିକ୍ୟୁରିଟି ଗାର୍ଡଙ୍କୁ କହୁଛନ୍ତି ରଣବୀର। ଏଭଳି କହି ରଣବୀର ଭିତରକୁ ଚାଲି ଯାଉଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button