ଦେଶ

ଅନ୍ୟ ପୁରୁଷଙ୍କ ସହ ସମ୍ବନ୍ଧ ରଖିଥିବା ସ୍ତ୍ରୀ ସ୍ବାମୀଠାରୁ ଭରଣପୋଷଣ ପାଇବାକୁ ଯୋଗ୍ୟ ନୁହେଁ: କର୍ଣ୍ଣାଟକ ହାଇକୋର୍ଟ – Ibnodisha

[ad_1]

ବେଙ୍ଗାଲୁରୁ : କର୍ଣ୍ଣାଟକ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଅନ୍ୟ ପୁରୁଷଙ୍କ ସହ ସମ୍ବନ୍ଧ ରଖିଥିବା ସ୍ତ୍ରୀ ସ୍ବାମୀଠାରୁ ଭରଣପୋଷଣ ଭତ୍ତା ପାଇବାକୁ ଯୋଗ୍ୟ ନୁହେଁ ବୋଲି କହିଛନ୍ତି। ମହିଳା ସ୍ବାମୀଙ୍କ ସହ ସଚ୍ଚୋଟ ରହି ନ ଥିଲେ। ତେଣୁ ତାଙ୍କୁ ଭରଣପୋଷଣ ଭତ୍ତା ଦେବାର ପ୍ରଶ୍ନ ଉଠୁନାହିଁ। ନିଜ ଚରିତ୍ର ଠିକ୍‌ ନ ଥିଲେ ସ୍ବାମୀ ଉପରେ ପ୍ରଶ୍ନ ଉଠାଇପାରିବେ ନାହିଁ। ଜଣେ ମହିଳାଙ୍କ ଆବେଦନର ଶୁଣାଣି କରି ବମ୍ବେ ହାଇକୋର୍ଟ ବିଚାରପତି ଜଷ୍ଟିସ ରାଜେନ୍ଦ୍ର ବଦାମିକର ଏହି ରାୟ ଦେଇଛନ୍ତି। ମହିଳା ଚିକାମଗଲୁର ସେସନ କୋର୍ଟଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ବିରୋଧ କରିଥିଲେ। ନିମ୍ନ କୋର୍ଟ ଭରଣପୋଷଣ ଭତ୍ତା ଦେବାକୁ ମନା କରି ଦେଇଥିଲେ। ମହିଳା ଦାବି କରିଥିଲେ ଯେ ସେ ଆଇନଗତ ଭାବେ ବିବାହ କରିଛନ୍ତି।

ତେଣୁ ଭରଣପୋଷଣ ଭତ୍ତା ପାଇବାର ଅଧିକାର ରହିଛି। ସ୍ବାମୀ ମଧ୍ୟ ଅବୈଧ ସମ୍ବନ୍ଧ ରଖିଥିବା ମହିଳା ଅଭିଯୋଗ କରିଥିଲେ। ଏହା ଉପରେ କୋର୍ଟ ମହିଳାଙ୍କୁ କହିଥିଲେ ଯେ ନିଜ ଚରିତ୍ର ଠିକ୍‌ ନ ଥିଲେ ସ୍ବାମୀଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିପାରିବେ ନାହିଁ। ମହିଳାଙ୍କ ସ୍ବାମୀ କୋର୍ଟରେ କହିଥିଲେ ଯେ ତାଙ୍କ ସ୍ତ୍ରୀ ପଡ଼ୋଶୀଙ୍କ ସହିତ ପଳାଇ ଥିଲେ। ସେ ସ୍ବାମୀଙ୍କ ସହ ରହିବାକୁ ମନା କରି ଦେଇଥିଲେ। ୨୦୦୯ରେ ଘରୋଇ ହିଂସା ଆଇନ ଅନୁଯାୟୀ ସ୍ବାମୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ମହିଳା ୨୫ ହଜାର ଟଙ୍କା ଜରିମାନା ଲଗାଇବା ସହିତ ଭରଣପୋଷଣ ବାବଦକୁ ମାସକୁ ୩ ହଜାର ଟଙ୍କା ଦେବା ପାଇଁ ଦାବି କରିଥିଲେ। ୨୦୧୩ ମାର୍ଚ୍ଚରେ ମାଜିଷ୍ଟ୍ରେଟ୍‌ ମହିଳାଙ୍କ ସ୍ବାମୀଙ୍କ ଉପରେ ୫ ହଜାର ଟଙ୍କା ଜରିମାନା ଲଗାଇ ମାସକୁ ୨୫୦୦ ଟଙ୍କା ଲେଖାଏଁ ଦେବାକୁ କହିଥିଲେ। ସ୍ବାମୀ ଏହି ରାୟ ବିରୋଧରେ ସେସନ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୧୫ ନଭେମ୍ବର ୬ରେ ସେସନ କୋର୍ଟ ମାଜିଷ୍ଟ୍ରେଟଙ୍କ ନିଷ୍ପତ୍ତିକୁ ପଲଟାଇ ଦେଇଥିଲେ। ଏବେ କର୍ଣ୍ଣାଟକ ହାଇକୋର୍ଟ ସେସନ କୋର୍ଟଙ୍କ ରାୟଙ୍କୁ ସଠିକ୍‌ ଦର୍ଶାଇଛନ୍ତି। ମହିଳାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button