ରାଜନୀତି

ମଞ୍ଚାରେ ଶୋଇଥିବାବେଳେ ହାଣିଦେଲେ ଦୁର୍ବୃତ୍ତ – Ibnodisha

[ad_1]

ଭୁବନେଶ୍ୱର:  ଅନୁଗୁଳ ଜିଲ୍ଲା ପୁରୁଣାକଟକ ଥାନା ଓଳାବୀରରେ ହତ୍ୟାକାଣ୍ଡ ଘଟିଛି । ମଞ୍ଚାରେ ଶୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଦୁର୍ବୃତ୍ତମାନେ ହାଣିଦେଇଛନ୍ତି । ରାତିରେ ମଞ୍ଚାରେ ଫସଲ ଜଗିଥିବାବେଳେ ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ପୁରୁଣାକୋଟ ଥାନା ଓଳାବୀର ଗାଁ ପାଖରେ ଏହି ହତ୍ୟାକାଣ୍ଡ ଘଟିଛି ।
ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସେହି ଗାଁର ବିଶ୍ଵନାଥ ବର୍ଗିଆ । ବିଶ୍ଵନାଥ ବନ୍ୟଜନ୍ତୁଙ୍କ କବଳରୁ ଫସଲକୁ ରକ୍ଷା କରିବା ପାଇଁ ନିଜ ଚାଷ ଜମି ନିକଟରେ ମଞ୍ଚା କରି ରାତିରେ ଶୋଇଥିଲେ । ସବୁଦିନ ପରି ଗତକାଲି ରାତିରେ ମଞ୍ଚା ଉପରେ ରହି ଫସଲକୁ ଜଗିଥିଲେ । ମାତ୍ର ରାତିରେ କେହି ଦୁର୍ବୃତ୍ତ ତାଙ୍କୁ ମାରଣାସ୍ତ୍ରରେ ହାଣିଦେଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଛି ।
ସକାଳୁ ସକାଳୁ ହତ୍ୟାକାଣ୍ଡ ନେଇ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହ ଜବତ କରିବା ସହ ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରିଛି ପୋଲିସ । ବ୍ୟକ୍ତି ଜଣଙ୍କୁ କିଏ ହତ୍ୟା କରିଛି ? କାହିଁକି ହତ୍ୟା କରିଛି ? ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଛି ନା ଅନ୍ୟ କେଉଁଥିପାଇଁ ହତ୍ୟା ହୋଇଛି ସେନେଇ ତଦନ୍ତ ଚଳାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button