ଖେଳ

ଆର୍କଟିକ୍ ଓପନ୍ ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁ – Ibnodisha

[ad_1]

ଭାଣ୍ଟା : ଭାରତର ମହିଳା ଷ୍ଟାର ବ୍ୟାଡ୍‌ମିଣ୍ଟନ୍ ଖେଳାଳି ପିଭି ସିନ୍ଧୁ ମଙ୍ଗଳବାର ଫିନ୍‌ଲାଣ୍ଡର ଭାଣ୍ଟାଠାରେ ଚାଲିଥିବା ଆର୍କ୍ଟିକ୍ ଓପନ୍ ୨୦୨୩ ମହିଳା ସିଙ୍ଗଲ୍ସର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ପ୍ରଥମ ରାଉଣ୍ଡରେ ସେ ଜାପାନର ନୋଜୋମି ଓକୁହାରାଙ୍କୁ ପରାସ୍ତ କରିଛନ୍ତି । ଦୁଇ ଥରର ଅଲିମ୍ପିକ୍ ପଦକ ବିଜେତା ସିନ୍ଧୁ ୨୧-୧୩ ଓ ୨୧-୬ ସେଟ୍‌ଟ୍ସେହଜ ବିଜୟ ହାସଲ କରିଥିଲେ । ଉଭୟଙ୍କ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୧୯ଥର ମୁକାବିଲା ହୋଇଥିବା ବେଳେ ପିଭି ସିନ୍ଧୁ ୧୦ମ ଥର ପାଇଁ ନୋଜୋମି ଓକୁହାରାଙ୍କୁ ପରାସ୍ତ କରିଛନ୍ତି । ପୂର୍ବରୁ ଏହି ଦୁଇ ବ୍ୟାଡମିଣ୍ଟନ ଖେଳାଳି ଦୁଇଟି ବିଶ୍ୱ ଚାମ୍ପିଅନଶିପର ଫାଇନାଲରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ପ୍ରତ୍ୟେକ ଖେଳାଳି ଥରେ ଲେଖାଏଁ ଶୀର୍ଷରେ ରହିଥିଲେ ।

ଅନ୍ୟ ଏକ ମହିଳା ସିଙ୍ଗଲ୍ସରେ ଆକାରି କାଶ୍ୟପ ୧୮-୨୧, ୨୨-୨୦, ୨୧-୧୮ ଗେମରେ ବେଲଜିୟମର ଲିଆନ୍ ଟାନ୍‌ଙ୍କୁ ପରାସ୍ତ କରିଥିଲେ । ବିଶ୍ୱ ମାନ୍ୟତାର ୪୧ତମ ସ୍ଥାନରେ ଥିବା କଶ୍ୟପ ୧୬ତମ ରାଉଣ୍ଡରେ ବିଶ୍ୱର ୧୧ ନମ୍ବର ଖେଳାଳି ଚୀନର ବାଙ୍ଗ ଝିୟୀଙ୍କୁ ଭେଟିବେ । ସେପଟେ ପୁରୁଷ ସିଙ୍ଗଲ୍ସରେ ହର୍ଷିତ ଅଗ୍ରୱାଲ ମୁଖ୍ୟ ଡ୍ର’ରେ ସ୍ଥାନ ପାଇନାହାନ୍ତି । ସେ ଯୋଗ୍ୟତା ପର‌୍ୟ୍ୟାୟରେ ଫିନ୍‌ଲାଣ୍ଡର ଜୋଆକିମ୍ ଓଲ୍ଡର୍ଫଙ୍କଠାରୁ ୨୧-୧୯, ୨୧-୧୨ରେ ପରାଜିତ ହୋଇଛନ୍ତି । ମିକ୍ସଡ ଡବଲ୍ସରେ ଭାରତୀୟ ଯୋଡ଼ି କେ ସାଇ ପ୍ରତୀକ ଓ ତନିଶା କ୍ରାଷ୍ଟୋ ରାଉଣ୍ଡ୍ ଅଫ୍ ୩୨ରେ ପ୍ରବେଶ କରିଛନ୍ତି । ସେମାନେ ଯୋଗ୍ୟତା ପର‌୍ୟ୍ୟାୟରେ ୨୬-୨୪, ୨୧-୧୮ରେ ଡେନ୍‌ମାର୍କ ଯୋଡ଼ି ଆଣ୍ଡ୍ରିଆସ୍ ସୋଣ୍ଡରଗାର୍ଡ-ଇବେନ୍ ବର୍ଗଷ୍ଟେନ୍‌ଙ୍କୁ ପରାସ୍ତ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button