ଦେଶ

ଧ୍ବଂସସ୍ତୂପ ତଳେ ମୃତ ମା’କୁ ଜାବୁଡ଼ି ଧରି କ୍ଷୀର ପିଉଥିଲା ମାସକର ଶିଶୁ – Ibnodisha

[ad_1]

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ୍‌ ଯୁଦ୍ଧକୁ ସପ୍ତାହେ ପୂରିଯାଇଛି। ସପ୍ତାହକରେ ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଗଲାଣି। ଗତ ଗୁରୁବାର ଦିନ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ କାର୍ୟ୍ୟାଳୟ ପକ୍ଷରୁ ହମାସ୍‌ ଦାନବମାନେ ହତ୍ୟା କରି ପୋଡ଼ି ଦେଇଥିବା କଅଁଳା ପିଲାମାନଙ୍କର ବୀଭତ୍ସ ଫଟୋ ସେୟାର କରାଯାଇଥିଲା।
ଇସ୍ରାଏଲ-ହମାସ୍‌ ଯୁଦ୍ଧ ମଧ୍ୟରେ ଆଉ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ହମାସ୍‌ ଆକ୍ରମଣରେ ବଡ଼ବଡ଼ କୋଠା ଭୁୁଶୁଡ଼ି ପଡ଼ିଥିଲା। କୋଠାର ଧ୍ବଂସସ୍ତୂପ ତଳୁ ଲୋକଙ୍କୁ ମୃତ ଓ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଉଥିଲା। ଏହି ସମୟରେ ଆତଙ୍କବାଦୀଙ୍କ ରକେଟ ମାଡ଼ରେ ଭୁଶୁଡ଼ି ପଡ଼ିଥିବା ଘରର ଧ୍ବଂସସ୍ତୂପ ତଳେ ମା’ ମୃତଅବସ୍ଥାରେ ପଡ଼ିଥିଲା। ଏହି ସମୟରେ ମୃତ ମା’କୁ ଏକମାସର ନବଜାତ ଜାବୁଡ଼ି ଧରି ସ୍ତନରୁ କ୍ଷୀର ପିଉଥିଲା।
ଅହମଦ ନାମକ ଇସ୍ରାଏଲ ବ୍ୟକ୍ତିଙ୍କ କହିବାନୁସାରେ, ‘ମୁଁ କୌଣସି କାମରେ ଘର ବାହାରକୁ ଯାଇଥିଲି। ଆତଙ୍କବାଦୀଙ୍କ ଆକ୍ରମଣର ଖବର ପାଇ ମୁଁ ଘରକୁ ଫେରିବା ପରେ ଦେଖିଲେ ରହୁଥିବା ତିନିମହଲା କୋଠା ଧ୍ବଂସ ହୋଇଯାଇଥିଲା। ଘରଚାରିପଟେ ଧ୍ବଂସସ୍ତୂପ ପଡ଼ିରହିଥିଲା।
ମୁଁ ମୋ ଭଉଣୀକୁ ଖୋଜିବାକୁ ଲାଗିଲି। ଉଦ୍ଧାରକାରୀ ଦଳଙ୍କ ସହିତ ମିଶି ଧ୍ବଂସସ୍ତୂପ ତଳୁ ଭଉଣୀକୁ ମୃତଅବସ୍ଥାରେ ପାଇଲି। କିନ୍ତୁ ସେ ସମୟରେ ଆଉ ଯେଉଁ ଦୃଶ୍ୟ ଦେଖିଥିଲି ତାହା ମୁଁ ବଖାଣି ପାରିବି ନାହିଁ। କାରଣ ‌ମୋର ଏକ ମାସର ଭଣଜା ଉକ୍ତ ଧ୍ବଂସସ୍ତୂପ ତଳେ ପଡ଼ି ରହି ମୋ ମୃତଭଉଣୀକୁ ଜାବୁଡ଼ି ଧରି ତାର ଠାରୁ କ୍ଷୀର ପିଉଥିଲା। ଆମେ ତାକୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛୁ।’

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button