ଅପରାଧ

ପତ୍ନୀହନ୍ତାଙ୍କୁ ୧୦ ବର୍ଷ ପରେ ବାନ୍ଧିଲା ପୋଲିସ – Ibnodisha

[ad_1]

ଭୁୁବନେଶ୍ୱର: ବର୍ଷରେ ସ୍ୱାମୀ ସାଜିଲା ସଇତାନ । ବେକରେ ଶାବଳ ପକାଇ ନେଇଗଲା ପତ୍ନୀର ଜୀବନ । ଏହା ପରଠୁ ଫେରାର ହୋଇ ଯାଇଥିବା ସ୍ୱାମୀକୁ ପୁଲିସ୍‌ ଖୋଜି ଖୋଜି ନୟାନ୍ତ ହୋଇଥିଲେ ବି ଟେର ପାଇ ପାରୁ ନ ଥିଲେ। ଶେଷରେ ଦୀର୍ଘ ୧୦ ବର୍ଷ ପରେ ଅଭିଯୁକ୍ତଙ୍କୁ ମାଡ଼ି ବସି ବାନ୍ଧିଛି ପୁଲିସ୍‌। ଏପରି ଏକ ଘଟଣା ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ମୁସ୍ତାଫାପୁର ଗ୍ରାମରେ ହୋଇଛି।
ମୁସ୍ତାଫାପୁର ଗ୍ରାମର ସେକ୍ ଚାନ୍ଦ ବାବୁ ନିଜ ୨୦୧୧ ମସିହାରେ ଧାମନଗର କାଜି ମହଲା ଗ୍ରାମର ମୀରାପ୍ୟାରୀଙ୍କ ଏକ ମାତ୍ରା ଝିଅ ଚାନ୍ଦମୁନୀଙ୍କୁ ବିବାହ କରିଥିଲେ। । ବିବାହର ମାତ୍ର ଦୁଇ ବର୍ଷ ପରେ ସେ ଚାନ୍ଦମୁନୀଙ୍କ ବେକରେ ୨୦୧୩ ମସିହାରେ ଶାବଳ ପକାଇ ମାରି ଦେଇଥିଲେ।
ଚାନ୍ଦମୁନୀଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ଧାମନଗର ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମାତ୍ର ସେବେଠୁ ସେକ୍ ଚାନ୍ଦ ବାବୁ ଫେରାର ହୋଇଯାଇଥିଲେ। ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା ବେଳେ ସେକ୍ ଚାନ୍ଦ ବାବୁଙ୍କ ଖବର ପାଇ ପାରି ନ ଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button