ଅପରାଧ

ଶୁଆଇ ଦେଲାନି ୨ ବର୍ଷୀୟା ଝିଆରୀ, ତଣ୍ଟି ଚିପି ଦେଲା ଖୁଡ଼ି – Ibnodisha

[ad_1]

ନୂଆଦିଲ୍ଲୀ: ଦୁଇ ବର୍ଷର ଝିଆରୀର ଗଳା ଚିପି ହତ୍ୟା କଲା ଖୁଡ଼ି । ହତ୍ୟା ପଛର କାରଣ ଜାଣି ମୁଣ୍ଡରେ ହାତ ଦେଇଛନ୍ତି ପରିବାର ଲୋକେ। ଛୋଟ ଛୁଆଟି କାନ୍ଦିବାରୁ ମହିଳାଙ୍କ ନିଦ ଭାଙ୍ଗି ଯାଇଥିଲା, ଫଳରେ ସେ ଉତ୍ତ୍ୟକ୍ତ ହୋଇ ପିଲାଟିର ଗଳା ଚିପି ଦେଇଥିବା ସ୍ୱୀକାର କରିଛନ୍ତି। ଏପରି ଏକ ଘଟଣା ମଧ୍ୟପ୍ରଦେଶରେ ଘଟିଛି।
ମଧ୍ୟପ୍ରଦେଶର ହନୁମାନତାଲ ପୁଲିସ୍‌ ସୂଚନା ଅନୁଯାୟୀ, ମୋହମ୍ମଦ ଶକିଲଙ୍କ ୨ ବର୍ଷୀୟା ଝିଅ ସୋମବାର ଅପରାହ୍ନରୁ ନିଖୋଜ ଥିଲେ। ପରିବାର ଲୋକେ ପିଲାଟିକୁ ନ ପାଇ ଥାନାର ଦ୍ୱାରସ୍ଥ ହୋଇଥିଲେ।
ପୁଲିସ୍‌ ସିସିଟିଭି ଯାଞ୍ଚ କରିବା ପରେ ପିଲାଟି ଘରୁ ବାହାରକୁ ଯାଇ ନ ଥିବା ଜାଣିବାକୁ ପାଇଥିଲା। ଏହାପରେ ପୁଲିସ୍ ଘରେ ଖୋଜାଖୋଜି କରିବା ପରେ ସୋଫା ସିଟ୍‌ ତଳୁ ମିଳିଲା ଶିଶୁଟିର ମୃତଦେହ।
ପୁଲିସ୍‌ ସୂଚନା ଅନୁଯାୟୀ, ଛୁଆଟି ଅପରାହ୍ନରେ ନିଜ ଖୁଡି ରୁମ୍‌କୁ ଯାଇଥିଲା। କିଛି ସମୟ ପରେ ମହିଳାଜଣଙ୍କୁ ନିଦ ଆସିବାରୁ ଝିଆରୀକୁ ନିଜ ରୁମ୍‌କୁ ଚାଲି ଯିବାକୁ କହିଥିଲେ। ମାତ୍ର ପିଲାଟି ଯିବାକୁ ଅରାଜି ହେବା ସହ ଖୁଡ଼ି ପାଖେ ଶୋଇବାକୁ ଜିଦ୍‌ କରିଥିଲେ। ଏହାପରେ ଉତ୍ତ୍ୟକ୍ତ ଖୁଡ଼ି ପିଲାଟିକୁ ଏକ ଚାପୁଡ଼ା ମାରିଥିଲେ। ଏତିକିରେ ରାଗ ଶାନ୍ତ ନ ହେବାରୁ ସେ ପିଲାଟିର ତଣ୍ଟି ଚିପି ଦେଇଥିଲେ। ଏହାପରେ ପିଲାଟିର ମୃତଦେହକୁ ସୋଫା ତଳେ ଲୁଚାଇ ଦେଇଥିଲେ।
କିଛି ସମୟ ପରେ ପିଲାଟିର ବାପାମା’ ତାକୁ ଖୋଜି ନ ପାଇବାରୁ ଥାନାରେ ପହଞ୍ଚିଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରି ଘରେ ଛାନଭିନ କରି ସୋଫା ତଳୁ ମୃତଦେହ ବାହାର କରିଥିଲା। ଏହାପରେ ଶିଶୁଟିର ଖୁଡ଼ି ପିଲାକୁ ହତ୍ୟା କରିଥିବା ସ୍ୱୀକାର କରିବା ପରେ ପୁଲିସ୍ ତାଙ୍କୁ ବାନ୍ଧିଛି।

The post ଶୁଆଇ ଦେଲାନି ୨ ବର୍ଷୀୟା ଝିଆରୀ, ତଣ୍ଟି ଚିପି ଦେଲା ଖୁଡ଼ି appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button