ରାଜ୍ୟ

ଫୁଟା କର୍କଟ ଘରେ ଚାଲିଛି ଫାଣ୍ଡି ଅଫିସ, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି।

 

IBNଓଡିଶା(ବ୍ୟୁରୋ):-ଯାଜପୁର

ଯାଜପୁର ଟାଉନ ଥାନା ଅଧିନସ୍ଥ ରାମବାଗ ବିଟ ହାଉସ ରେ ଗୋଟିଏ ରୁମ ଚାଲୁଥିବା ବେଳେ କର୍କଟ ଘର ଫୁଟି ଆଁ କରିଛି।ଘର ଚାରିପଟେ ଜଙ୍ଗଲ ହୋଇ ଯାଇଥିଲେ ବି ପ୍ରଶାସନ ଦୃଷ୍ଟି ଗୋଚରକୁ ଫାଣ୍ଡି ଅଧିକାରୀ ଆଣିଥିଲେ ମଧ୍ୟ ଜାଣିନଜାଣି ଚୁପ ବସିଛି।ରାସ୍ତା ଠାରୁ ଫାଣ୍ଡି ନିଚା ଥିବାରୁ ବର୍ଷା ଦିନେ ଥାନାକୁ ଆସୁଥିବା ଲୋକମାନେ ନାହିଁନଥିବା ଅସୁବିଧା ର ସମ୍ଭୁଖୀନ ହୁଅନ୍ତି।ରାମବାଗ ଫାଣ୍ଡି ଉପରେ ହଜାର ହଜାର ଲୋକ ନିର୍ଭର କରୁଥିବା ବେଳେ ଲୋକଙ୍କ ର ସମସ୍ୟା ନେଇ ଆସୁଥିବା ଲୋକମାନେ ରାସ୍ତା ଉପରେ ରୁଣ୍ଡ ହୋଇ ଛିଡା ହେଉଥିବା ର ଦେଖିବାକୁ ମିଳୁଛି।ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା କରୁଥିବା ବେଳେ ରାମବାଗ ଫାଣ୍ଡି ଉପରେ ଦୃଷ୍ଟି ପଡିବ କେବେ ବୋଲି ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି।ଆରକ୍ଷୀ ଅଧିକ୍ଷକ ଆସି ପ୍ରତିଶ୍ରୁତି ଦେଇ ବଦଳି ପରେ ବଦଳିହୋଇ ଆସୁଥିବା ନୂଆ ଆରକ୍ଷୀ ଙ୍କ ପ୍ରତିଶୃତି ପାଣି ଗାର ରେ ରହିଯାଉଛି।ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି

Related Articles

Leave a Reply

Your email address will not be published. Required fields are marked *

Back to top button