ଦେଶ

ଇସ୍ରାଏଲକୁ ଧମକ ଦେଲା ଏହି ଭାରତୀୟ କମ୍ପାନୀ – Ibnodisha

[ad_1]

ନୂଆଦିଲ୍ଲୀ:ଏଯାଏଁ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ହୋଇଥିବା ଯୁଦ୍ଧରେ ୬୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଆଉ ଏହାରି ମଧ୍ୟରେ ଇସ୍ରାଏଲ ପୁଲିସ ପାଇଁ ୟୁନିଫର୍ମ ତିଆରି କରୁଥିବା କେରଳର ଏକ କମ୍ପାନୀ ବଡ଼ ଘୋଷଣା କରିଛି । କେରଳର କନ୍ନୁରରେ ଥିବା ମାରିୟାନ୍ ଆପ୍ରେଲ୍ ପ୍ରାଇଭେଟ ଲିମିଟେଡ୍ କହିଛି ଯେ ଇସ୍ରାଏଲ୍ ଏବଂ ହାମାସ ମଧ୍ୟରେ ଯୁଦ୍ଧ ବନ୍ଦ ନହେବା ପର୍ଯ୍ୟନ୍ତ ଏହା ଇସ୍ରାଏଲ୍ ପୁଲିସର କୌଣସି ନୂତନ ଅର୍ଡର ଗ୍ରହଣ କରିବ ନାହିଁ । ପାଲେଷ୍ଟାଇନ ଡାକ୍ତରଖାନା ଉପରେ ହୋଇଥିବା ଆକ୍ରମଣ ପାଇଁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି । ଏହି କମ୍ପାନୀର ଅଧ୍ୟକ୍ଷ ଥୋମାସ ଓଲିକାଲ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଇସ୍ରାଏଲ ଗାଜାରେ ଯୁଦ୍ଧ ବନ୍ଦ କରିବ ନାହିଁ ସେପର୍ଯ୍ୟନ୍ତ ଇସ୍ରାଏଲ ପୁଲିସର କୌଣସି ନୂତନ ଅର୍ଡର ଗ୍ରହଣ କରାଯିବ ନାହିଁ । ସୂଚନା ଥାଉ କି ଯେ ଏହି କମ୍ପାନୀ ଇସ୍ରାଏଲ୍ ପୁଲିସର ୟୁନିଫର୍ମ ତିଆରି କରେ ।

୨୦୧୫ ମସିହାରୁ ଏହି କମ୍ପାନୀ ଇସ୍ରାଏଲ୍ ପୁଲିସ୍ ପାଇଁ ୟୁନିଫର୍ମ ପ୍ରସ୍ତୁତ କରୁଛି । ଥୋମାସ କହିଛନ୍ତି ଯେ ହାମାସ ଏବଂ ଇସ୍ରାଏଲ ମଧ୍ୟରେ ହୋଇଥିବା ଯୁଦ୍ଧରେ ନିରୀହ ଲୋକଙ୍କୁ ଯେପରି ହତ୍ୟା କରାଯାଉଛି ତାହା କୌଣସି ପ୍ରକାରେ ଗ୍ରହଣୀୟ ନୁହେଁ । ହାମାସ୍ ଯାହା କରିଛି ତାହା ଯଦିଓ ଠିକ ହୋଇନାହିଁ, କିନ୍ତୁ ପ୍ରତିଶୋଧ ନେବାକୁ ଇସ୍ରାଏଲ ଯାହା କରୁଛି ତାହା ମଧ୍ୟ ଠିକ ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୫ ଲକ୍ଷ ଲୋକଙ୍କୁ ଖାଦ୍ୟ ଓ ପାଣି ନ ଦେବା, ଡାକ୍ତରଖାନା ଉପରେ ବୋମା ପକାଇବା ଏବଂ ନିରୀହ ମହିଳା ଏବଂ ଶିଶୁଙ୍କ ଜୀବନ ନେବା ସହ୍ୟ କରାଯାଇପାରିବ ନାହିଁ । ଆମେ ଚାହୁଁ ଯେ ଏହି ଯୁଦ୍ଧ ଶେଷ ହେଉ ଏବଂ ଶାନ୍ତି ପୁଣି ସ୍ଥାପିତ ହେଉ ।

ଓଲିକାଲ କହିଛନ୍ତି ଯେ ଇସ୍ରାଏଲ ପୁଲିସଠାରୁ ଏପର୍ଯ୍ୟନ୍ତ ମିଳିଥିବା ଅର୍ଡର ଯଦିଓ ଯୋଗାଇ ଦିଆଯିବ, କିନ୍ତୁ ଯୁଦ୍ଧ ବନ୍ଦ ନ ହେବା ପର୍ଯ୍ୟନ୍ତ କୌଣସି ନୂତନ ଅର୍ଡର ଗ୍ରହଣ କରାଯିବ ନାହିଁ । ଆମର ଏହି ନିଷ୍ପତ୍ତି ଦ୍ୱାରା ଇସ୍ରାଏଲ୍ ପୁଲିସ୍ ପାଇଁ ୟୁନିଫର୍ମର ଅଭାବ ରହିବ ନାହିଁ, କିନ୍ତୁ ଏହା ଏକ ନୈତିକ ନିଷ୍ପତ୍ତି । ଉଲ୍ଲେଖ ଥାଉ କି କନ୍ନୁରରେ ଥିବା ଏହି କମ୍ପାନୀ ୨୦୦୬ ମସିହାରେ ଆରମ୍ଭ ହୋଇଥିଲା ଏବଂ ସେନା, ପୁଲିସ ଓ ସାମରିକ ବାହିନୀ ପାଇଁ ୟୁନିଫର୍ମ ପ୍ରସ୍ତୁତ କରିଥାଏ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button