ଫିଲ୍ମ ‘ଦେବା’ର ଫାଷ୍ଟ ଲୁକ୍ – Ibnodisha

[ad_1]
ବ୍ୟୁରୋ : ବଲିଉଡ୍ ର ‘କବିର ସିଂ’ ନିଜର ଦମଦାର ଅଭିନୟ ବଳରେ ବକ୍ସ ଅଫିସ୍ ରେ ବ୍ୟାକ୍ ଟୁ ବ୍ୟାକ୍ ସୁପର ହିଟ ଦେଇଚାଲିଛନ୍ତି | ଏଥି ମଧ୍ୟରେ ପୁଣିଥରେ ବକ୍ସ ଅଫିସ୍ ରେ ଝଡ଼ ସୃଷ୍ଟି କରିବା ପାଇଁ ଖୁବ ଜଲଦି ଆସିବାକୁ ଯାଉଛି ଅଭିନେତା ଶାହିଦ କପୁରଙ୍କ ଫିଲ୍ମ ‘ଦେଭା’ । ନକଟରେ ତାଙ୍କର ଏହି ଫିଲ୍ମର ଫାଷ୍ଟ ଲୁକ୍ ରିଲିଜ କରାଯାଇଛି । ଏହାକୁ ଶାହିଦ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫାଷ୍ଟ ଲୁକ୍ ସହ ସେ ଏହି ଫିଲ୍ମର ରିଲିଜ ଡେଟ ମଧ୍ୟ ଘୋଷଣା କରିଛନ୍ତି । ଏହି ଫିଲ୍ମଟି ଆସନ୍ତା ବର୍ଷ ଦଶହରା ୧୧ ଅକ୍ଟୋବରରେ ୨୦୨୪ରେ ପ୍ରେକ୍ଷାଳୟ ଗୁଡ଼ିକରେ ରିଲିଜ କରାଯିବ । ତାଙ୍କର ଏହି ଲୁକ୍ କୁ ପ୍ରଶଂସକମାନେ ବେଶ ପସନ୍ଦ କରିଥିବା ବେଳେ ଏହି ଫିଲ୍ମକୁ ଦେଖିବା ପାଇଁ ତାଙ୍କର ଉତ୍ସାହ ବଢ଼ିବାରେ ଲାଗିଛି । ଏହି ଫିଲ୍ମଟି ଜିସ୍ଟୁଡ଼ିଓ ଦ୍ୱାରା ପ୍ରସ୍ତୁତ ହେଉଛି। ଏଥିରେ ଅଭିନେତା ଶାହିଦ କପୁର ଜଣେ ଶକ୍ତିଶାଳୀ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି । ମାଲାୟାଲାମ ଫିଲ୍ମ ନିର୍ଦ୍ଦେଶକ ରୋଶନ ରୋଶନ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ଅଭିନେତ୍ରୀ ପୂଜା ହେଗଡ଼େଙ୍କୁ ମୁଖ୍ୟ ଭୂମିକାରେ ଦେଖା ଯିବ। ଦର୍ଶକମାନେ ପ୍ରଥମ ଥର ପାଇଁ ଦୁହିଁଙ୍କୁ ଗୋଟିଏ ସ୍କ୍ରିନରେ ଦେଖିବେ ବୋଲି ବେଶ ଉତ୍ସାହିତ ଅଛନ୍ତି ।
[ad_2]




