ରାଜ୍ୟ

ମା’ ଦୁର୍ଗାଙ୍କ ଭସାଣ ଯାତ୍ରା ଆରମ୍ଭ: ପାରମ୍ପରିକ ବାଦ୍ୟର ଧ୍ବନିରେ କମ୍ପୁଛି ଭୁବନେଶ୍ବର – Ibnodisha

[ad_1]

ଭୁବନେଶ୍ବର: ଶାରଦୀୟ ଦଶହରା ଶେଷ ହୋଇଛି। ଜଗତଜନନୀ ମା’ ଦୁର୍ଗା ଧରାପୃଷ୍ଠରୁ ବିଦାୟ ନେଉଛନ୍ତି। ମା’ଙ୍କ ଭସାଣ ପାଇଁ ଭୁବନେଶ୍ବରରେ ଉତ୍ସାହ ଦେଖାଯାଇଛି। ମା’ଙ୍କ ପୂଜାରେ ନିୟୋଜିତ ପୂଜକ ଓ ଶ୍ରଦ୍ଧାଳୁମାନେ ଭାବବିହ୍ବଳ ହୋଇପଡୁଛନ୍ତି। ଆଖିର ଲୁହକୁ ରୋକିପାରୁ ନାହାନ୍ତି। ଭକ୍ତମାନେ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ଯେଉଁ ରାସ୍ତାରେ ମା’ଙ୍କ ‌ଶୋଭାଯାତ୍ରାର ଆୟୋଜନ ହୋଇଛି, ସେହି ରାସ୍ତାଗୁଡ଼ିକରେ ଲୋକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ମା’ଙ୍କ ଆଗରେ ପାରଂପରିକ ଓ ନୃତ୍ୟ ଓ ବାଦ୍ୟ ଚାଲିଛି। ପାରମ୍ପରିକ ବାଦ୍ୟର ଧ୍ବନିରେ ଭୁବନେଶ୍ବର କମ୍ପୁଛି। ମା’ଙ୍କ ଭସାଣ ଯାତ୍ରା ଅପରାହ୍‌ଣ ୩ଟାରୁ ଆରମ୍ଭ ହୋଇଥିବା ବ‌େଳେ ଏହା ରାତିଯାଏଁ ଚାଲିବ। ଶେଷରେ ନଦୀରେ କରାଯାଇଥିବା କୃତ୍ରିମ ପୋଖରୀରେ ମା’ଙ୍କ ବିସର୍ଜନ ହେବ। କୁଆଖାଇ ଓ ଦୟାନଦୀରେ ମା’ଙ୍କ ବିସର୍ଜନ ପାଇଁ ବ୍ୟବସ୍ଥା କରାଯାଇଛି।

ବିସର୍ଜନ ପୂର୍ବରୁ ଲୋକଙ୍କର ଯିବା ଆସିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ଗାଇଡଲାଇନ୍‌ ଜାରି ହୋଇଛି। ଭୁବନେଶ୍ବର ସହିଦ ନଗର ଭସାଣ ବେଳେ ବାଣୀବିହାରରୁ ରୁପାଲି ଛକ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ମନା ହୋଇଛି। ତେଣୁ ଏହି ସମୟରେ ଯାନବାହନଗୁଡ଼ିକ ବାଣୀବିହାରରୁ ଆଚାର୍ଯ୍ୟବିହାର ଦେଇ ଯିବା ଆସିବା କରୁଛି। ସେହିପରି ଜନପଥ ରାସ୍ତାରେ ଯାନବାହନ ଚଳାଚଳ ମନା ହୋଇଛି। ଏହି ରାସ୍ତାରେ ଯିବାକୁ ଥିବା ଗାଡ଼ିଗୁଡ଼ିକ ସଚିବାଳୟ ମାର୍ଗ ଦେଇ ଯାଉଛି। ନୟାପଲ୍ଲୀ ଭସାଣ ପାଇଁ ସିଆରପି ପଟୁ ଗାଡ଼ି ଏକାମ୍ର ପାର୍କ ଦେଇ ଯିବ। ଚନ୍ଦ୍ରଶେଖରପୁର ଭସାଣ ‌ବେଳେ କିଟ୍‌ ପାର୍ଶ୍ବରୁ ନାଲକୋ ଛକ ଯିବା ମନା କରାଯାଇଛି। ସେହିସବୁ ଗାଡ଼ି ନନ୍ଦନକାନନ ରାସ୍ତା ଦେଇ ଜୟଦେବ ବିହାର ଆଡ଼କୁ ଅଗ୍ରସର ହେଉଛନ୍ତି। ଖୋର୍ଦ୍ଧାରୁ ଆସୁଥିବା ଭାରୀଯାନ ଫାୟାର ଷ୍ଟେସନରୁ ଓଭରବ୍ରିଜ୍‌କୁ ବ୍ୟବହାର କରୁଛନ୍ତି। ନିୟମ ଉଲ୍ଲଂଘନ କଲେ ୫ ଶହରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି। ଭୁବନେଶ୍ବର ମା’ଙ୍କ ଭସାଣ ପାଇଁ ମୋ ବସ୍ ସେବା ବନ୍ଦ ରଖାଯାଇଛି। ଅପରାହ୍‌ଣ ୩ଟା ୩୦ ପରଠାରୁ ମୋ ବସ୍ ଚଳାଚଳ ବନ୍ଦ ରଖାଯାଇଥିବା ନେଇ କ୍ୟାପିଟାଲ ରିଜଅ ଅର୍ବାନ ଟ୍ରାସପୋର୍ଟ (କ୍ରୁଟ୍‌) ପକ୍ଷରୁ ସୂଚନା ଦିଆଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button