ରାଜ୍ୟ

ଭୁଶୁଡ଼ିଲା କୋଲାବ ମୁଖ୍ୟ କେନାଲ ବନ୍ଧ, ଜମିରେ ମାଡ଼ିଲା ପାଣି

 

IBN ଓଡିଶା(ବ୍ୟୁରୋ):-ଜୟପୁର: ଭାଙ୍ଗିଲା କୋଲାବ ଜଳଭଣ୍ଡାରର ମୁଖ୍ୟ କେନାଲ । ଜୟପୁର ସହରର ପାରାବେଡା ନିକଟ ଏକତାଗୁଡା ନିକଟରେ କୋଲାବ ଜଳଭଣ୍ଡାରର ମୁଖ୍ୟ କେନାଲ ଭାଙ୍ଗିଯାଇଛି । ଅତି ଦ୍ରୁତ ଗତିରେ ମାଡୁଛି କେନାଲ ପାଣି । ପାଣିର ସ୍ରୋତ ଜମି ପଟକୁ ଥିବାରୁ ଏକତାଗୁଡ଼ା ଗ୍ରାମବାସୀ ରକ୍ଷା ପାଇଯାଇଛନ୍ତି । ତଥାପି ପାଣି ପଶିଯିବା ଭୟରେ ରହିଛନ୍ତି ଗ୍ରାମବାସୀ । ଅପର କୋଲାବ ମୁଖ୍ୟ କେନାଲ ଭାଙ୍ଗି ଦ୍ରୁତ ଗତିରେ ପାଣି ମାଡୁଛି ଯାହାଦ୍ବାରା ଏକର ଏକର ଚାଷ ଜମିରେ ପାଣି ମାଡିଛି । ଖବର ପାଇ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି ।

ସୂଚନାଯୋଗ୍ୟ, ଅପର୍ କୋଲାବ ମୁଖ୍ୟ କେନାଲ ୫୦ରୁ ୬୦ ମିଟର୍ ବନ୍ଧ ଭୁଶୁଡ଼ି ଯିବାରୁ ଏକତାଗୁଡ଼ା ଅଞ୍ଚଳରେ ପାଣି ପଶିଯାଇଛି । ନିକଟରେ ଥିବା ଏକର ଏକର ଚାଷ ଜମିକୁ ପାଣି ମାଡ଼ିବାରେ ଲାଗିଛି । ଫଳରେ ଅଞ୍ଚଳବାସୀ ଗତକାଲି ରାତି ସାରା ଭୟରେ କାଟିଛନ୍ତି । ତେବେ ସୌଭାଗ୍ୟବଶତଃ କେନାଲର ପାଣି ଜନବସତି ଦିଗକୁ ମାଡ଼ି ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button