ମନୋରଞ୍ଜନ

ଫିଲ୍ମ ‘ଅପୂର୍ବା’ ରେ ଭିନ୍ନ ଲୁକରେ ନଜର ଆସିଲେ ଅଭିନେତ୍ରୀ ତାର – Ibnodisha

[ad_1]

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ତାରା ସୁତାରିୟା ନିଜ ଅଭିନୟ ଜରିଆରେ ଅନେକ ଲୋକଙ୍କ ମନ ଜିତିଛନ୍ତି । ଏବେ ଅଭିନେତ୍ରୀଙ୍କର ଅପକମିଂ ଫିଲ୍ମ ‘ଅପୂର୍ବା’ ଫାଷ୍ଟ ଲୁକ୍‌ ସାମ୍ନାକୁ ଆସଛି । ଏହି ଫଟୋରେ ତାରା ସୁତାରିୟା ଦମଦାର ଲୁକ୍‌ରେ ନଜର ଆସିଛନ୍ତି । ତାରା ସୁତାରିୟା ଜଣେ ଏପରି ଅଭିନେତ୍ରୀ ଯିଏ ବହୁତ କମ ସମୟରେ ନିଜ ଦମ୍‌ରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ତାରା ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ରୁ ଡେବ୍ୟୁ କରିଥିଲେ । ଏବେ ବହୁତ ଶୀଘ୍ର ତାଙ୍କ ଅପକମିଂ ଫିଲ୍ମ ‘ଅପୂର୍ବା’ରେ ଧମାକା କରିବା ପାଇଁ ଯାଉଛନ୍ତି । ତାରା ସୁତାରିୟା ତାଙ୍କ ଫିଲ୍ମ ‘ଅପୂର୍ବା’ର ଫାଷ୍ଟ ଲୁକ୍‌ର ଫଟୋକୁ ନିଜ ଅଫିସିଆଲ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଫଟୋ ସେୟାର କରିବା ସହ ତାର କ୍ୟାପସନ୍‌ରେ ଲେଖିଛନ୍ତି ଯେ ‘ଯେବେ ବାହାରକୁ ଆସବା ପାଇଁ କୌଣସି ରାସ୍ତା ମିଳିନଥାଏ, ସେତେ ବେଳେ ଅପୂର୍ବା ନିଜ ରାସ୍ତା ନିଜେ ତିଆରି କରିଥାଏ’ । ତାରା ସୁତାରିୟା ନିଜ ହାତରେ ରକ୍ତରେ ଭିଜାଥିବା ଏକ ଛୁରିରେ ନିଜର ଅଧ୍ୟା ମୁହ ଲୁଚାଇଛନ୍ତି । ଏହି ପୋଷ୍ଟର ସହ ଫିଲ୍ମର ନାମ ଓ ରିଲିଜ୍‌ ଡେଟ୍‌ ମଧ୍ୟ ସାମ୍ନାକୁ ଆସିଛି । ତାରା ସୁତାରିୟାଙ୍କ ଏହି ଆକ୍ସନ ଥେଲରରେ ଭରପୂର ଅପକମିଂ ଫିଲ୍ମ ‘ଅପୂର୍ବା’ ନଭେମ୍ବର ୧୫ରେ ଡିଜ୍ନି ହଟଷ୍ଟାରରେ ରିଲିଜ୍‌ ହେବ । ଫିଲ୍ମ ‘ଅପୂର୍ବା’ରେ ତାରା ଏକ ଭିନ୍ନ ଲୁକ୍‌ରେ ନଜର ଆସିବେ । ଏହି ଫିଲ୍ମରେ ତାରାଙ୍କର ଜବରଦସ୍ତ ଆକ୍ସନ୍‌ ଦେଖିବା ପାଇଁ ମିଳିପାରେ । ଫିଲ୍ମ ‘ଅପୂର୍ବା’ରେ ତାରା ସୁତାରିୟାଙ୍କ ସହ ମୁଖ୍ୟ ଭୂମିକାରେ ରାଜପାଲ ଯାଦବ ଓ ଅଭିଷେକ ମୁଖାର୍ଜୀ ମଧ୍ୟ ନଜର ଆସିବେ । ଯଦି ତାରା ସୁତାରିୟାଙ୍କ ପୂର୍ବ ଫିଲ୍ମ ବିଷୟରେ କହିଲେ, ସେ ‘ଏକ ଭିଲିଆନ୍‌ ୨’ରେ ନଜର ଆସିଥିଲେ । ଫିଲ୍ମର ସୁଟିଂ ପୂର୍ବରୁ ହିଁ ପୂରା ହୋଇସାରିଛି । ତେବେ ଫିଲ୍ମଟିକୁ ଦେଖିବା ପାଇଁ ତାରା ସୁତାରିୟାଙ୍କ ଫ୍ୟାନ୍ସ ଉତ୍ସାହିତ ସହ ଅପେକ୍ଷା କରିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button