ଖେଳ

ଓଡ଼ିଶା ପାଇଁ ଗୌରବ ଆଣିଲେ ପାରା ଆଥଲେଟ୍ ପ୍ରମୋଦ ଭଗତ – Ibnodisha

[ad_1]

ନୂଆଦିଲ୍ଲୀ : ସୁନା ଜିତିଲେ ସୁନା ପୁଅ । ଓଡ଼ିଶା ପାଇଁ ଗୌରବ ଆଣିଲେ ପାରା ଆଥଲେଟ୍ ପ୍ରମୋଦ ଭଗତ । ପାରା ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ଭଗତ । ବ୍ୟାଡମିଣ୍ଟନ ସିଙ୍ଗିଲ୍ସରେ ପ୍ରମୋଦ ଜିତିଛନ୍ତି ଗୋଲ୍ଡ ମେଡାଲ । ନିଜ ଦେଶର ନିତେଶ କୁମାରଙ୍କୁ ହରାଇ ସେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।

ଫାଇନାଲରେ ୨୨-୨୦, ୧୮-୨୧, ୨୧-୧୯ରେ ବିଜୟୀ ହୋଇଛନ୍ତି ପ୍ରମୋଦ । ପୂର୍ବରୁ ସେ ମିଶ୍ରିତ ଯୁଗଳରେ କାଂସ୍ୟ ଓ ଯୁଗଳରେ ମଧ୍ୟ କାଂସ୍ୟ ପଦକ ହାସଲ କରିଥିଲେ । ପ୍ରଥମ ଥର ପାଇଁ ପାରା ଏସିଆନ ଗେମ୍ସରେ ୩ଟି ପଦକ ହାସଲ କରିଛନ୍ତି ପ୍ରମୋଦ। ୨୦୧୪ ରେ ଏକକରେ କାଂସ୍ୟ ପଦକ ହାସଲ କରିଥିଲେ । ୨୦୧୮ରେ ଏକକରେ ସ୍ବର୍ଣ୍ଣ ଓ ଯୁଗଳରେ କାଂସ୍ୟ ପଦକ ହାସଲ କରିଥିଲେ ପ୍ରମୋଦ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button