ରାଜ୍ୟ

ଏମିତି ବି ଆସେ ମୃତ୍ୟୁ ; ଚଳନ୍ତା ଅବସ୍ଥାରେ ବସ୍ ଡ୍ରାଇଭରଙ୍କ ଚାଲିଗଲା ଜୀବନ – Ibnodisha

[ad_1]

ରାଇକିଆ : ବେଳେ ବେଳେ ଭାରି ଆଶ୍ଚର୍ଯ୍ୟ ଲାଗେ । କଣ ମୃତ୍ୟୁ ଏମିତି ବି ଆସେ ? ଏ କଥା ତ ସତ କି କାହାର ମୃତ୍ୟୁ କେତେବେଳେ ଆଉ କେମିତି ଭାବରେ ଆସିବ ତାହା କହିବା ମୁସ୍କିଲ । ଯାହା ଆଜିର ଏହି ଘଟଣା ଜାଣିବା ପରେ ଆପଣ ସ୍ପଷ୍ଟ ଅନୁମାନ କରିପାରିବେ । ତେବେ ରାସ୍ତାରେ ଯାଉଥିବା ବେଳେ ସାବଧାନ ହୋଇ ଯାଆନ୍ତୁ। କାରଣ କିଏ ଜାଣେ କେଉଁଠାରେ ମୃତ୍ୟୁ ଜଗିକି ଥିବ । ଥରେ ଭାବିଲେ ଆପଣ ଗୋଟେ ସ୍ଥାନକୁ ଯିବା ପାଇଁ ଘରୁ ବାହାରିବେ । ଯେକୌଣସି ଗାଡି ସେ ବସ୍ ହେଉ କିମ୍ବା ଅଟୋରେ ବସି ଯାତ୍ରା କରିବା ଆଉ ଯଦି ବାଟରେ କୌଣସି କାରଣ ବଶତଃ ଡ୍ରାଇଭରଟିର ଗାଡି ଚଳାଇବା ଅବସ୍ଥାରେ ହିଁ ଅକସ୍ମାତ ମୃତ୍ୟୁ ହୋଇଯିବ ତାହାହେଲେ ପରିସ୍ଥିତି କଣ ହେବ? ଏକଥା ଭାବିଲା ବେଳକୁବି ଛାତି ଥରି ଉଠୁଛି । କିନ୍ତୁ ଠିକ୍ ଏମିତି ଏକ ଘଟଣା ଘଟିଛି, ଯାହା ଏବେ ସବୁଠି ଚର୍ଚ୍ଚା । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ମାଲକ୍ଷ୍ମୀ ଯାତ୍ରୀବାହୀ ବସ୍ ।  ବସ୍ ରେ ଯାତ୍ରୀ ନେଇ ଯାଉଥିବା ସମୟରେ ହଠାତ୍ ଡ୍ରାଇଭର ଜଣକ ମୃତ୍ୟୁବରଣ କରିଥିଲେ । ଯାହା ସୂଚନା ମିଳିଛି ବସଟି ସାରଙ୍ଗଡ ଠାରୁ ଭୁବନେଶ୍ଵରର ଅଭିମୁଖେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ବେଳେ ପାବୁରିଆଠାରୁ ୩ କିଲୋମିଟର ଦୂରରେ ଏଭଳି ଅଘଟଣ ଘଟିଥିଲା । ତେବେ ମୃତ ଡ୍ରାଇଭର ଜଣକ ନାମ ସନା ପ୍ରଧାନ।ତେବେ ନିଶ୍ଚୟ ଏହି କଥା ସଭିଏଁ ଶୁଣିଥିବେ, ‘ରଖେ ହରି ତ ମାରେ କିଏ ଆଉ ମାରେ ହରି ତ ରଖେ କିଏ’ । ଯାହାକୁ ଈଶ୍ୱର ରକ୍ଷା କରିବ ତାର କେହି କିଛି କରିପାରିବେ ନାହିଁ । ତେବେ ଚଳନ୍ତା ବସ୍ ରେ ଡ୍ରାଇଭରର ମୃତ୍ୟୁ ହେବାପରେ ବସ୍ ଟି ସିଧା ଯାଇ ରାସ୍ତାକଡର ଏକ ନାଳରେ ପିଟି ହୋଇ ରହିଯାଇଥିଲା । ଯାହାଫଳରେ ଏକ ବଡ଼ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ବସ୍ ଭିତରେ ଥିବା ଯାତ୍ରୀମାନେ । ଏନେଇ ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ମୃତ ଡ୍ରାଇଭରଙ୍କ ଶବ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ଟିକାବାଲି ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଡ୍ରାଇଭରଙ୍କ ମୃତ୍ୟୁର ପ୍ରକୃତ ସତ୍ୟା ସତ୍ୟ ସାମ୍ନାକୁ ଆସିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button