ଦେଶ

ଆପଣଙ୍କ ଯେଉଁ କାରଟି ଇଚ୍ଛା ହେଉଛି ବାଛି ନିଅନ୍ତୁ – Ibnodisha

[ad_1]

ନୂଆଦିଲ୍ଲୀ: ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଖୁବ ସକ୍ରିୟ ରହିଥାଆନ୍ତି। ସେ ନିଜର ‌ସୋସିଆଲ ମିଡିଆରେ ଅନେକ ପ୍ରେରଣାଦାୟକ ଓ ହୃଦୟସ୍ପର୍ଶୀ ଭିଡିଓ ପୋଷ୍ଟ କରିଥାଆନ୍ତି। ଆନନ୍ଦ ମହିନ୍ଦ୍ରାଙ୍କ ଖେଳ ପ୍ରତି ଖୁବ ରୁଚି ରହିଛି। ସେ କ୍ରିକେଟ ହେଉ କିମ୍ବା ଅନ୍ୟଖେଳ ସବୁ ଖେଳକୁ ସେ ଦେଖିବାକୁ ଓ ଖେଳିବାକୁ ଭଲ ପାଆନ୍ତି। ନିକଟରେ ସେ କରିଥିବା ପୋଷ୍ଟ ବି ଜଣେ ମହିଳା ଖେଳାଳିଙ୍କୁ ନେଇ ରହିଛି।
ଉକ୍ତ ମହିଳା ଖେଳାଳିଙ୍କ ନାମ ଶୀତଲ ଦେବୀ। ଯିଏକି ବିନା ହାତରେ ଜଣେ ତୀରନ୍ଦାଜ ଯେ ସଫଳତାର ଅପୂର୍ବ ଗୌରବ ଆଣିପାରେ ତାହାକୁ ପ୍ରମାଣିତ ଦେଖାଇଛନ୍ତି। ଚଳିତ ଏସୀୟ ପାରା କ୍ରୀଡ଼ାରେ ଇତିହାସ ରଚିଛନ୍ତି ଶୀତଲ। ଜନ୍ମରୁ ହାତ ନଥିବା ଏହି ୧୬ ବର୍ଷୀୟା ଯୁବତୀ ଶୀତଲ ଗୋଟିଏ ଏସୀୟ ପାରା କ୍ରୀଡ଼ା ସଂସ୍କରଣରେ ଦୁଇଟି ସ୍ବର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ମହିଳା ହେବାର ଗୌରବ ପାଇଛନ୍ତି। ଖାଲି ଏତିକି ନୁହେଁ ଏହି ପ୍ରତିଯୋଗିତାରେ ସେ ହ୍ୟାଟ୍ରିକ ପଦକ ଜିତିବାର ଖ୍ୟାତି ମଧ୍ୟ ଅର୍ଜନ କରିଛନ୍ତି।
ଶୀତଲଙ୍କ ଏହି ସଫଳତା ପରେ ଆନନ୍ଦ ମହିନ୍ଦ୍ରା ତୀରନ୍ଦାଜ ଶୀତଲ ଦେବୀଙ୍କ ଏକ ଭିଡିଓ ସେୟାର କରି ଲେଖିଛନ୍ତି, ‘ଏଣିକି ମୁଁ ମୋର ଜୀବନରେ ଆସୁଥିବା ଛୋଟରୁ ଛୋଟ ସମସ୍ୟାକୁ ନେଇ ଅଭିଯୋଗ କରିବି ନାହିଁ। ଶୀତଲ ଦେବୀ ତୁମେ ଆମ ସମସ୍ତଙ୍କ ପାଇଁ ଜଣେ ଶିକ୍ଷୟିତ୍ରୀ। ଦୟାକରି ଶୀତଲ ଦେବୀ ଆମର ସମାର୍ଥ ଅନୁସାରେ ଆପଣଙ୍କ ଇଚ୍ଛା ଯେଉଁ କାର ହେଉଛି ତାହାକୁ ବାଛି ନିଅନ୍ତୁ। ତାହାକୁ ଆପଣଙ୍କ ବ୍ୟବହାର ଉପଯୋଗୀ କରି ଆମେ ଆପଣଙ୍କୁ ଉପହାର ଦେବାକୁ ଚାହୁଁଛୁ।’

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button