IBN ଓଡ଼ିଶା ବ୍ୟୁରୋ

ଶ୍ରୀମନ୍ଦିରରେ ପଡ଼ିଲା ରକ୍ତ ଛିଟା; ଯାତ୍ରୀ ସହାୟକଙ୍କ ମୁଣ୍ଡରେ କୁଡ଼ିଆ ଛେଚି ଦେଲେ ସେବାୟତ

IBN ଓଡିଶା(ବ୍ୟୁରୋ): ପୁରୀ ଶ୍ରୀମନ୍ଦିର ଉତ୍ତରଦ୍ୱାରରେ ପଡ଼ିଲା ରକ୍ତ ଛିଟା। ଜଣେ ଯାତ୍ରୀ ସହାୟକ ଓ ଜଣେ ସୁଆର ସେବାୟତଙ୍କ ମଧ୍ୟରେ ମାରପିଟ୍ ଯୋଗୁ ଉତ୍ତରଦ୍ୱାରରେ ରକ୍ତଛିଟା ପଡ଼ିଛି। ଆହତ ଯାତ୍ରୀ ସହାୟକ ଦାମୋଦର ଗୋଚ୍ଛିକାରଙ୍କୁ ମେଡିକାଲରେ ଚିକିତ୍ସା କରାଯାଇଛି।ସୂଚନା ଅନୁସାରେ, ସୁଆର ସେବାୟତ ରାମକୃଷ୍ଣ ଖୁଣ୍ଟିଆ କୁଡ଼ୁଆ ନେଇ ଉତ୍ତର ଦ୍ୱାର ଦେଇ ମନ୍ଦିରକୁ ଯାଉଥିବା ସମୟରେ ଯାତ୍ରୀ ସହାୟକ ଦାମୋଦର ଗୋଚ୍ଛିକାରଙ୍କ ସହ ବଚସା ହୋଇଥିଲା।କୁଡ଼ୁଆ ଉତ୍ତର ନୁହେଁ ଦକ୍ଷିଣ ଦ୍ୱାର ଦେଇ ନେବାକୁ କହିଥିଲେ ଯାତ୍ରୀ ସହାୟକ ଦାମୋଦର। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେବାୟତ ରାମକୃଷ୍ଣ ଖୁଣ୍ଟିଆ ଯାତ୍ରୀ ସହାୟକ ଦାମୋଦରଙ୍କ ମୁଣ୍ଡରେ କୁଡ଼ୁଆ ଛେଚି ଦେଇଥିବା ଅଭିଯୋଗ ହୋଇଛି।ଘଟଣାକୁ ନେଇ ଯାତ୍ରୀ ସହାୟକ ଦାମୋଦର ଗୋଚ୍ଛିକାର କହିଛନ୍ତି, ‘ମୁଁ ଉତ୍ତର ଦ୍ୱାରରେ ଛିଡ଼ା ହୋଇଥିବା ବେଳେ ସୁଆର ସେବାୟତ କୁଡ଼ିଆ ନେଇ ମନ୍ଦିର ଭିତରକୁ ଯାଉଥିଲେ। ଉତ୍ତର ଦ୍ୱାର ଦେଇ କୁଡ଼ିଆ ଯାଏ ନାହିଁ ତେଣୁ ଏହାକୁ ବାରଣ କରିଥିଲି। ଏହାକୁ ନେଇ ସେ ମୋତେ ଗାଳିଗୁଲଜ କରିବା ସହ କୁଡ଼ିଆ ମୋ ମୁଣ୍ଡ ଉପରେ ଛେଚି ଦେଲେ।’ଘଟଣାକୁ ନେଇ ପୁରୀ ସିଂହଦ୍ୱାର ପୋଲିସ ତଦନ୍ତ ଆରମ୍ଭ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button