ରାଜ୍ୟ

ପ୍ରଦେଶ କଂଗ୍ରେସ ପକ୍ଷରୁ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଓ ଶର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଉତ୍ସବ ପାଳିତ – Ibnodisha

[ad_1]

ଭୁବନେଶ୍ୱର – ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମହିୟସୀ ମହିଳା ଭାରତ ରତ୍ନ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କର ୩୯ତମ ଶ୍ରାଦ୍ଧ ଉତ୍ସବ ଓ ଶର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତୃବୃନ୍ଦ କଂଗ୍ରେସ ଭବନ ପରିସରରେ ଥିବା ଇନ୍ଦିରା ଗାନ୍ଧୀ ଓ ଶର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ପିସିସି ପକ୍ଷରୁ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ପାର୍କ ସ୍ଥିତ ଇନ୍ଦିରାଜୀଙ୍କ ପ୍ରତିମୂର୍ତିରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସମେତ ଅନ୍ୟ ନେତୃବୃନ୍ଦ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଅବସରରେ ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତିର ଅଧ୍ୟକ୍ଷ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଓ ସାଧାରଣ ସଂପାଦକ ଶ୍ରୀ ଅମିୟ କୁମାର ପଟ୍ଟନାୟକଙ୍କ ଦ୍ୱାରା ଆୟୋଜିତ ଶ୍ରାଦ୍ଧ ଉତ୍ସବରେ ଯୋଗଦେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଲେ ଯେ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀ ଜଣେ ସଫଳ ପ୍ରଧାନମନ୍ତ୍ରୀ ଥିଲେ । ବହୁ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରି ସେ ଭାରତବର୍ଷରେ ସାମଗ୍ରିକ ଉନ୍ନତିର ସୂତ୍ରଧର ହୋଇଥିଲେ । ବିଂଶସୂତ୍ରୀ କାର୍ଯ୍ୟକ୍ରମ, ବ୍ୟାଙ୍କ ଜାତୀୟ କରଣ, ଗରିବ ହଟାଅ ଦେଶ ବଚାଅ, ସବୁଜ ବିପ୍ଳବ ପ୍ରଭୃତି କାର୍ଯ୍ୟକ୍ରମ ତାଙ୍କର ଅବିସ୍ମରଣୀୟ ଅବଦାନ । ଦେଶର ସାମରିକ ଶକ୍ତିର ବୃଦ୍ଧି ପାଇଁ ସେ ଅଧିକ ପ୍ରାଧାନ୍ୟ ଦେଇଥିଲେ । ସେ ଭାରତକୁ ଏକ ପରମାଣୁ ଶକ୍ତିସମ୍ପନ ରାଷ୍ଟ୍ର ଭାବେ ପରିଣତ କରି ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଦଳକ୍ଷମତାକୁ ଆସିଲେ ଏହି ଇନ୍ଦିରା ପାର୍କକୁ ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଣତ କରିବାପାଇଁ ସେ ପ୍ରକାଶ କରିଥିଲେ । ଏହି ଅବସରରେ ଶ୍ରୀ ପଟ୍ଟନାୟକ ଶର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଶ୍ରଦ୍ଧାଞ୍ଜଳି ଜଣାଇ ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଂଟିଆ, ଶରତ ରାଉତ, ଶିବାନନ୍ଦ ରାୟ, ବିଜୟଲକ୍ଷ୍ମୀ ସାହୁ, ଅନନ୍ତ ପ୍ରସାଦ ସେଠୀ, ପଂଚାନନ କାନୁନଗୋ, କିଶୋର ଜେନା, ପୃଥିବୀ ବଲ୍ଲଭ ପଟ୍ଟନାୟକ, ଡ. ପଶୁପାଳକ, ଲକ୍ଷ୍ମିଧର ବେହେରା ପ୍ରମୁଖ ଇନ୍ଦିରାଜୀଙ୍କ ସ୍ମୃତିଚାରଣ କରିଥିଲେ । ଶେଷରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ମାନଙ୍କୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଦେଶପାଇଁ ଅଙ୍ଗୀକାର ବଦ୍ଧ ହେବା ଉଦ୍ଦେଶ୍ୟରେ ସଂକଳ୍ପ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମ ମଧ୍ୟରେ ସର୍ବଧର୍ମ ପ୍ରାର୍ଥନା, ପାଲା ପରିବେଷଣ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୀତ, ନୃତ୍ୟ ପରିବେଷଣ କରାଯାଇଥିଲା ।
ଆଜିର ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଦାସରଥି ଗମାଙ୍ଗୋ, ପୂର୍ବତନ ବିଧାୟକ ସମିର କୁମାର ରାଉତରାୟ, ନକୁଳ ନାୟକ, ଶୁଭେନ୍ଦୁ ମହାନ୍ତି, ରଶ୍ମି ମହାପାତ୍ର, ପ୍ରକାଶ ମିଶ୍ର, ଚିନ୍ମୟ ସୁନ୍ଦର ଦାସ, ଶ୍ରୀନିବାସ ରାଉତରାୟ, ତରୁଣ ମିଶ୍ର, କୁମାର ଚିରଞ୍ଜିବ, ରଜନୀ ମହାନ୍ତି, ନରୋତମ ନାୟକ, ଲିଙ୍ଗରାଜ ସାହୁ, ହଳଧର ସେଠୀ, ଜ୍ୟୋତିଷ ସାହୁ, ପ୍ରଣତି ମିଶ୍ର, ଅଶୋକ ଦାସ, ଗୀତାଞ୍ଜଳି ମହାନ୍ତି, ପ୍ରଶାନ୍ତ ଚମ୍ପତି, ପ୍ରଭାତ ପ୍ରତାପ ସିଂ, ଶ୍ରୀୟାସ୍ମିତା ପଣ୍ଡା, ମିହିର ଆଚାର୍ଯ୍ୟ, ଜୟକୃଷ୍ଣ ମଲ୍ଲିଆ, ଖଗେଶ୍ୱର ମଲ୍ଲିକ, କୃଷ୍ଣ ଚନ୍ଦ୍ର ପତି, ଜୟକୃଷ୍ଣ ସୁବୁଦ୍ଧି, ବିନୋଦ ପାଣି, ପୁଷ୍ପିତା ଦାସ, ରସିକ ପଟ୍ଟନାୟକ, ଜିଏସ ଆଲୁୱାଲିଆ, ଆଲୋକ ମହାନ୍ତି, ତାପସ ସେଠୀ, ସଂଜୟ ମିଶ୍ର, ନିରୋଦ ବରଣ ଖୁଂଟିଆ, ସୁଧାଂଶୁ ମହାନ୍ତି, ସୁଭାଷ ପ୍ରଧାନ, ଦେବେନ୍ଦ୍ର ପ୍ରସାଦ ଦାସ, କୁଳମଣି ସାହୁ, ବସନ୍ତ ପଣ୍ଡା, ମନୋରଞ୍ଜନ କୁଣ୍ଡୁ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button