ରାଜ୍ୟ

ଦାୟିତ୍ୱ ଗ୍ରହଣ ପରେ ପୁଣି ଜଗାଦର୍ଶନ ପାଇଁ ପୁରୀରେ ରାଜ୍ୟପାଳ ରଘୁବର ଦାସ – Ibnodisha

[ad_1]

ପୁରୀ : ରାଜ୍ୟର ୨୬ତମ ରାଜ୍ୟପାଳ ଭାବରେ ଶପଥ ନେବାପରେ ଜଗାଦର୍ଶନ ପାଇଁ ପୁରୀ ପହଞ୍ଚିଲେ ରଘୁବର ଦାସ। ଶପଥ ଗ୍ରହଣ ପୂର୍ବରୁ ମଧ୍ୟ ସପରିବାର ପୁରୀ ଆସି ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଓଡ଼ିଶାର ଗରିବଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ। ଏହାର ଦୁଇଦିନ ପରେ ଅର୍ଥାତ ଶପଥ ଗ୍ରହଣ ପରେ ଆସି ପୁଣିଥରେ ଶ୍ରୀମନ୍ଦିର ପହଞ୍ଚି ଛନ୍ତି। ରାଜ୍ୟପାଳ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ଗସ୍ତ ହୋଇଥିବା ବେଳେ ସିଂହଦ୍ୱାର ଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।ସୂଚନାଯୋଗ୍ୟ, ଗତ ସୋମବାର ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ମହାପ୍ରଭୁଙ୍କ ଦର୍ଶନ କରିବା ସହ ସେଠାରେ ଉପସ୍ଥିତ ଥିବା ଭକ୍ତମାନଙ୍କୁ ସେ ଅଭବାଦନ ଜଣାଇଥିଲେ। ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସଙ୍କ ସହିତ ତାଙ୍କ ପତ୍ନୀ ବି ଜଗନ୍ନାଥ ମନ୍ଦିରକୁ ଯାଇ ଶ୍ରୀଜୀଉ ଓ ଅନ୍ୟ ପାର୍ଶ୍ବ ଦେବାଦେବୀଙ୍କ ଦର୍ଶନ କରିଥିଲେ।ଏହାପରେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଗଣମାଧ୍ୟମକୁ କହିଥିଲେ, ଓଡ଼ିଶାର ଦାୟିତ୍ବ ନେବା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲି। ଗରିବ, ନିଷ୍ପେଷିତଙ୍କ ସେବା ପାଇଁ ମୋତେ ମହାପ୍ରଭୁ ଏଠାକୁ ଆଣିଛନ୍ତି। ମୋ ପାଇଁ ଓଡ଼ିଶାର ବିକାଶ ସର୍ବାଗ୍ରେ ରହିବ। ସମ୍ବିଧାିନର ନିୟମ ଅନୁଯାୟୀ କାର୍ଯ୍ୟ କରିବି।ରାଜ୍ୟପାଳଙ୍କ ରାଜଭବନର ଦ୍ବାର ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୂଳ ମନ୍ତ୍ର ଦେଶ ସହ ରାଜ୍ୟକୁ ଆଗକୁ ନେବା ଲାଗି ପ୍ରୟାସ କରିବି। କେନ୍ଦ୍ର ସରକାରଙ୍କ ବିକାଶର ଯୋଜନା କିପରି ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରିବ ସେନେଇ ଗୁରୁତ୍ୱ ରହିବ। ଓଡ଼ିଶାର ପ୍ରଗତି ଦେଶର ପ୍ରଗତି ତେଣୁ ଓଡ଼ିଶାରେ ଏକପାଖିଆ ନହୋଇ ସୁଶାସନ ହୋଇପାରିବ ସେଦିଗରେ ଧ୍ୟାନ ରହିବ। ଲୋକଙ୍କ ସମସ୍ୟା ଶୁଣିବା ପାଇଁ ୨୪ ଘଣ୍ଟା ରାଜଭବନର ଦ୍ୱାର ଖୋଲା ରହିବ ବୋଲି ଦମ୍ଭ‌ୋକ୍ତି କରିଥିଲେ ଶ୍ରୀ ଦାସ। ଓଡ଼ିଶାର ଗରିବୀ ହଟେଇବା ମୁଖ୍ୟ ଲକ୍ଷ୍ୟ ରହିବ। ସେପଟେ ବିଶାଖପାଟଣା ମୃତାହାତଙ୍କ ପାଇଁ ଦୁଃଖପ୍ରକାଶ କରିବା ସହ ସେମାନଙ୍କ ପରିବାର ପାଇଁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଥିବା କଥା ସେ କହିଥିଲେ । ସେଇଭଳି ଧର୍ମ ପରମ୍ପରା ବଞ୍ଚି ରହିବା ଦ୍ୱାରା ଭାରତ ଖୁବଶୀଘ୍ର ବିଶ୍ୱଗୁରୁ ହୋଇପାରିବ ସେ କହିଥିଲେ ।ସେପଟେ ସେବାୟତଙ୍କ ସାଙ୍ଗରେ ଶ୍ରୀମନ୍ଦିର ଶୃଙ୍ଖଳା ଓ ଭକ୍ତଙ୍କ ସୁରୁଖୁରୁ ଦର୍ଶନ ଉପରେ ଆଲୋଚନା କରିଥିଲେ । ଅନ୍ୟପଟରେ ସିଂହଦ୍ୱାରରେ ଜଗାଦର୍ଶନ ପାଇଁ ଅପେକ୍ଷା କରିଥିବା ଶ୍ରଦ୍ଧାଳୁଙ୍କୁ ହାତ ହଲେଇ ଜୟ ଜଗନ୍ନାଥ କହି ଅଭିବାଦନ ଦେଇଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button