ଦେଶ

ବାୟୁପ୍ରଦୂଷଣ ଯୋଗୁ ସ୍ମୃତି ଶକ୍ତି ପାଉଛି ହ୍ରାସ – Ibnodisha

[ad_1]

ୱାଶିଂଟନ : ବାୟୁରେ ଥିବା ପ୍ରଦୂଷଣର ଛୋଟ କଣିକା ମଣିଷଠାରେ ପାର୍କିନସନ ସମସ୍ୟା ସୃଷ୍ଟି କରୁଛି । ଫଳରେ ସ୍ମୃତି ଶକ୍ତି ହ୍ରାସ ପାଉଛି । ଏହି କଣିକା ଯୋଗୁ ମସ୍ତିଷ୍କ ଫୁଲି ଯାଉଛି । ୫୬ ପ୍ରତିଶତ ପର୍ଯ୍ୟନ୍ତ ଏହାର ବିପଦ ମଣିଷମାନଙ୍କଠାରେ ଦେଖାଯାଇଛି । ଅଧ୍ୟୟନରୁ ଜଣାପଡିଛି ପିଏମ ୨.୫ କିମ୍ବା ତା’ଠାରୁ କମ ଆକାରର ପ୍ରଦୂଷିତ କଣିକା ଶ୍ୱାସକ୍ରିୟା ମାଧ୍ୟମରେ ମସ୍ତିଷ୍କରେ ପହଞ୍ଚେ ଏବଂ ଏହା ପରେ ମସ୍ତିଷ୍କରେ ଫୁଲା ସୃଷ୍ଟି ହେଉଛି ।
ନ୍ୟୁରୋଲୋଜି ମେଡିକାଲ ଜର୍ନାଲରେ ପ୍ରକାଶିତ ଏହି ଅଧ୍ୟୟନରେ ଆମେରିକାର ଅନୁସନ୍ଧାନକାରୀମାନେ ମଧ୍ୟ ଜାଣିବାକୁ ପାଇଛନ୍ତି ବାୟୁ ପ୍ରଦୂଷଣ ଏବଂ ପାର୍କିନସନ ସମସ୍ୟା ଦେଶର ପ୍ରତ୍ୟେକ ଭାଗରେ ସମାନ ନୁହେଁ ।

ଅନୁସନ୍ଧାନକାରୀମାନେ ଆମେରିକାର ୨.୨୦ କୋଟି ଲୋକଙ୍କଠାରୁ ସଂଗୃହିତ ତଥ୍ୟ ଉପରେ ଏହି ଅଧ୍ୟୟନ କରିଛନ୍ତି ଯେଉଁଥିରେ ମାନସିକ ବିକୃତି ସହ ଜଡିତ ମୋଟ ୯୦ ହଜାର ଲୋକଙ୍କୁ ଚୟନ କରାଯାଇଥିଲା । ଏହା ପରେ ସେମାନଙ୍କ ଘର, ଆଖପାଖ ପରିବେଶ ଏବଂ ରାଜ୍ୟ ବିଷୟରେ ସୂଚନା ସଂଗ୍ରହ କରାଯାଇଥିଲା । ଆମେରିକାର ବାରୋ ନ୍ୟୁରୋଲୋଜିକାଲ ଇନଷ୍ଟିଚ୍ୟୁଟର ମୁଖ୍ୟ ଗବେଷକ, ପ୍ରଫେସର ବ୍ରିଟାନି କ୍ରାଇଜାନୋସ୍କି କହିଛନ୍ତି ଜଣେ ବ୍ୟକ୍ତିଙ୍କ ପୂର୍ବ ଏବଂ ପରବର୍ତ୍ତୀ ସୂକ୍ଷ୍ମ ପ୍ରଦୂଷିତ କଣିକାର ସଂସ୍ପର୍ଶରେ ଆସିବା ବିଷୟରେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଇଥିଲା । ଏହି ସମୟରେ ଏହା ଜଣାପଡିଥିଲା ଓହିଓ ନଦୀ ଉପତ୍ୟକା, କେନ୍ଦ୍ରୀୟ ଉତ୍ତର ଡାକୋଟା, ଟେକ୍ସାସର କିଛି ଅଂଶ, କାନସାସ, ପୂର୍ବ ମିସିଗାନ ଏବଂ ଫ୍ଲୋରିଡାର କିଛି ଅଂଶ ପାର୍କିନସନ ସମସ୍ୟାପାଇଁ ହଟସ୍ପଟ ପାଲଟିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button