ଦେଶ

ଗାଜା ଛାଡିବେ ୪୦୦ରୁ ଅଧିକ ବିଦେଶୀ – Ibnodisha

[ad_1]

ବ୍ୟୁରୋ: ଗାଜା ଛାଡିବା ତାଲିକାରେ ରହିଛନ୍ତି ପ୍ରାୟ ୪ ଶହ ବିଦେଶୀ ନାଗରିକ । ଏମାନେ ଗାଜା ଛାଡିବା ପରେ ରଫା ବର୍ଡର କ୍ରସିଂ ପୋଷ୍ଟ ମାଧ୍ୟମରେ ଇଜିପ୍ଟରେ ପ୍ରବେଶ କରିବେ । ଇଜିପ୍ଟ ଏଥିପାଇଁ ସହମତ ପ୍ରକାଶ କରିଛି । ପାଲେଷ୍ଚାଇନର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଏଥିପାଇଁ ଏହି ବିଦେଶୀ ନାଗରିକମାନଙ୍କୁ ଅନୁମତି ମିଳିସାରିଛି । ଏଥିପାଇଁ ୫୯୫ ଜଣଙ୍କୁ କ୍ଲିୟରାନ୍ସ ଅନୁମତି ମାଗିଥିଲେ । ଏହି ବିଦେଶୀ ନାଗରିକମାନଙ୍କୁ ରଫା ବର୍ଡର କ୍ରସିଂରେ ପହଞ୍ଚିବା ପାଇଁ ନିର୍ଦ୍ଦେଶ ମିଳିଛି । ସେଠାରୁ ସେମାନେ ଯାଞ୍ଚ ହେବା ପରେ ଇଜିପ୍ଟରେ ପ୍ରବେଶ କରିବେ । ଏହି ତାଲିକାରେ ସର୍ବାଧିକ ଆମେରିକୀୟ ରହିଛନ୍ତି । ପ୍ରାୟ ୪ ଶହ ଆମେରିକୀୟଙ୍କ ସମେତ ପ୍ରାୟ ୧୪ଟି ଦେଶର ନାଗରିକ ଗାଜାରୁ ସ୍ଥାନାନ୍ତରିତ ହେବେ । ଏମାନଙ୍କ ମଧ୍ୟରେ ବିଦେଶୀଙ୍କ ବ୍ୟତୀତ କିଛି ଆହତ ଗାଜାବାସୀ ରହିଛନ୍ତି ।

ସେମାନଙ୍କୁ ଇଜିପ୍ଟ ହସ୍ପିଟାଲରେ ଚିକିତ୍ସା ସହାୟତା ଯୋଗାଇବ । ଗତକାଲି ପ୍ରଥମ ପର୍ଯ୍ୟାୟରେ କିଛି ବିଦେଶୀ ନାଗରିକ ଇଜିପ୍ଟରେ ପ୍ରବେଶ କରିଥିଲେ । ଏବେ ଇଜିପ୍ଟରେ ୪୫ ଜଣ ଆହତ ଚିକିତ୍ସାଧୀନ ରହିଥିବା କାଇରୋ ପକ୍ଷରୁ କୁହାଯାଇଛି । ଏବେ ଉତ୍ତର-ଗାଜାରେ ଇସ୍ରାଏଲର ଗ୍ରାଉଣ୍ଡ ଅପରେସନ ଜାରି ରହିଛି । ଦକ୍ଷିଣ ଗାଜାରେ ରିଲିଫ କ୍ୟାମ୍ପରେ ଲକ୍ଷାଧିକ ଶରଣାର୍ଥୀ ରହିଛନ୍ତି । ମାନବୀୟ ସଙ୍କଟ ପରିସ୍ଥିତିର ମୁକାବିଲା ଓ ଜରୁରୀ ସାମଗ୍ରୀ ଯୋଗାଣ ଶୃଙ୍ଖଳା ଜାରି ରଖିବାକୁ ପ୍ରାଧାନ୍ୟ ଦିଆଯାଉଛି । ଜାତିସଂଘରେ ଅସ୍ତ୍ରବିରତି ପ୍ରସ୍ତାବ ପାରିତ ହୋଇସାରିଥିଲେ ସୁଦ୍ଧା ତାହା ଇସ୍ରାଏଲ ଉପରେ କୌଣସି ପ୍ରଭାବ ପକାଇ ପାରିନି । ଉତ୍ତର ଗାଜାରେ ଇସ୍ରାଏଲ ସେନା ଗ୍ରାଉଣ୍ଡ ଅପରେସନ ଜାରି ରଖିଛି । ଏବେ ସୁଦ୍ଧା ୭ ତାରିଖ ପର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ହମାସ ଆତଙ୍କୀଙ୍କ ସମେତ ପ୍ରାୟ ୧୦ ହଜାର ଗାଜାବାସୀ ପ୍ରାଣ ହରାଇସାରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button