ଦେଶ

ଉଚ୍ଚ ପଦରେ ପୁଣି ଜଣେ ଓଡ଼ିଆ, ଆରବିଆଇ ଏକଜିକ୍ୟୁଟିଭ ଡିରେକ୍ଟର ହେଲେ ମନୋରଞ୍ଜନ ମିଶ୍ର – Ibnodisha

[ad_1]

ବ୍ୟୁରୋ : ସର୍ବଭାରତୀୟ ସ୍ତରର ଉଚ୍ଚ ପଦବୀରେ ନିଯୁକ୍ତ ହେଲେ ଆଉ ଜଣେ ଓଡ଼ିଆ ପୁଅ । ରିଜର୍ଭ ବ୍ୟାଙ୍କର ଏକଜିକ୍ୟୁଟିଭ ଡି଼ରେକ୍ଟର  ଭାବେ ଦାୟିତ୍ବ ନେଇଛନ୍ତି ମନୋରଞ୍ଜନ ମିଶ୍ର । ମନୋରଂଜନ ନଭେମ୍ବର ୧ରୁ ଦାୟିତ୍ୱ ନେଇଛନ୍ତି। ଆଗରୁ ସେ ରିଜର୍ଭ ବ୍ୟାଙ୍କର ରେଗୁଲେସନ ବିଭାଗରେ ଚିଫ୍ ଜେନେରାଲ ମ୍ୟାନେଜର ଥିଲେ। ଆରବିଆଇରେ ସେ ପ୍ରାୟ ୩ ଦଶନ୍ଧି ଧରି କାମ କରି ଆସୁଛନ୍ତି। ବ୍ୟାଙ୍କ ଓ ଏନବିଏଫସିର ରେଗୁଲେସନ, ବ୍ୟାଙ୍କ ଓ ମୁଦ୍ରା ପରିଚାଳନା ନେଇ ତାଙ୍କର ବହୁ ଅଭିଜ୍ଞତା ରହିଛି। ମନୋରଞ୍ଜନ ମିଶ୍ର ଅର୍ଥନୀତିରେ ସ୍ନାତକୋତ୍ତ ଓ ଫାଇନାନ୍ସରେ ଏମବିଏ କରିଛନ୍ତି । ଏହାସହ ସେ ୟୁକେର ଆଷ୍ଟନ ୟୁନିଭରସିଟିରୁ ଫାଇନାନ୍ସ ଓ ଫାଇନାନସିଆଲ ରେଗୁଲେସନରେ ମଧ୍ୟ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button