ରାଜ୍ୟ

ଔଷଧ କାରଖାନାରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡ: ୭ ମୃତ, ୪ ନିଖୋଜ – Ibnodisha

[ad_1]

ରାୟଗଡ଼ : ଶୁକ୍ରବାର ରାତିରେ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଥିବା ‌ଏକ ଔଷଧ କାରଖାନାରେ ସିରିଜ୍‌ ବିସ୍ଫୋରଣ ପରେ ନିଆଁ ଲାଗିଯିବାରୁ ୭ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ଆଉ ୪ଜଣ ନିଖୋଜ ହୋଇ ଯାଇଛନ୍ତି ବୋଲି ପୁଲିସ କହିଛି। ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ମହାଡ଼ର ‘ଏମ୍‌ଆଇଡିସି’ରେ ଅବସ୍ଥିତ ଉକ୍ତ ପ୍ଲାଣ୍ଟ୍‌ ‘ବ୍ଲୁ ଜେଟ୍‌ ହେଲ୍‌ଥ୍‌କେୟାର୍‌’ ମାଲିକାନାରେ ରହିଛି। ଶୁକ୍ରବାର ରାତି ପ୍ରାୟ ୧୦.୩୦ରେ ଏଥିରେ ବିସ୍ଫୋରଣ ଘଟିଥିଲା। ପୁଲିସ କହିବା ଅନୁସାରେ, ନିଆଁ ଲାଗିଲା ବେଳେ କାରଖାନାରେ ୫୭ଜଣ ଲୋକ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ୪୬ଜଣଙ୍କୁ ନିରାପଦରେ ଉଦ୍ଧାର କରାଯାଇଛି। ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ସୋମନାଥ ଘାର୍ଗେ କହିଛନ୍ତି, ଆମେ ୭ଜଣଙ୍କ ଶବ ପାଇଛୁ। ଆହୁରି ୪ଜଣଙ୍କର ପତ୍ତା ମିଳୁନାହିଁ। ଆମର ମନେହୁଏ ଯେ, ସେମାନେ ସମସ୍ତେ କାରଖାନାର ଶ୍ରମିକ। କେତେକ ଶବ ଏମିତି ପୋଡ଼ିଯାଇଛି ଯେ, ଚିହ୍ନିବା ଅସମ୍ଭବ। ତଥାପି ଶବ ଚିହ୍ନଟ କରାଇବା ପାଇଁ ଆମେ ଉଦ୍ୟମ କରୁଛୁ। ବିଳମ୍ବିତ ରାତ୍ରରେ ନିଆଁ ଲିଭାଯାଇଥିଲେ ବି ଆଜି ସକାଳେ ଶବ ଉଦ୍ଧାର କରାଯାଇଛି ବୋଲି ଆଉ ଜଣେ ପୁଲିସ ଅଧିକାରୀ କହିଛନ୍ତି। ରାୟଗଡ଼ ପୁଲିସ କହିଛି ଯେ, ସେମାନେ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି। ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ସୋମନାଥ ଘାର୍ଗେ କହିଛନ୍ତି, ତଦନ୍ତ କରି ଆମେ ଘଟଣାର କାରଣ ଜାଣିବାକୁ ଉଦ୍ୟମ କରିବୁ ତା’ପରେ ଯାଇ ଯାହା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button