ରାଜନୀତି

ବାଣୀବିହାର ପରିସରରୁ ଗୋଟିଏ ଇଂଚ ଜାଗ ବିଡିଏକୁ ଦିଆଯିବ ନାହଁ: ଛାତ୍ର କଂଗ୍ରେସ – Ibnodisha

[ad_1]

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ୨୦ ଏକରରୁ ଉର୍ଦ୍ଧ୍ୱ ଜାଗା ବିଡିଏକୁ ହସ୍ତାନ୍ତର କରିବା ନିଷ୍ପତି ଦୁର୍ଭାଗ୍ୟଜନକ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି । ଉତ୍କଳ ବିଶ୍ୱିଦ୍ୟାଳୟ ଓଡ଼ିଶାରେ ଶିକ୍ଷାର କୋଣାର୍କ । ଏହି ବିଶ୍ୱବିଦ୍ୟାଳୟ ଏକ ମଣିଷ ତିଆରି କାରଖାନା । ଏଠାରେ ଉତୀର୍ଣ୍ଣ ଛାତ୍ରଛାତ୍ରୀମାନେ ରାଜନୀତି, ପ୍ରଶାସନ, ସମାଜସେବା ଓ ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜ୍ଜନ କରିଛନ୍ତି । ଏଣୁ ଉକ୍ତ ବିଶ୍ୱବିଦ୍ୟାଳୟର ପରିସରରକୁ ସଂକୁଚିତ କରିବାପାଇଁ ରାଜ୍ୟ ସରକାର ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ମିଳିତ ଭାବରେ ଯେଉଁ ଚକ୍ରାନ୍ତ କରିଛନ୍ତି ତାହାକୁ ଏ ରାଜ୍ୟର ଛାତ୍ର ସମାଜ ବରଦାସ୍ତ କରିପାରିବ ନାହିଁ ।

ରାଜ୍ୟ ସରକାର ପ୍ରାଇଭେଟ ଶିକ୍ଷାନୁଷ୍ଠାନକୁ ଶାଗ ମାଛ ଦରରେ ଜାଗାଯୋଗାଇ ଦେଉଥିବା ବେଳେ ଓଡ଼ିଶାର ସର୍ବ ପୂରାତନ ବିଶ୍ୱବିଦ୍ୟାଳୟର ପରିସରକୁ ଛୋଟିଆ କରିବାକୁ ଯେଉଁ ଚକ୍ରାନ୍ତ କରିଛନ୍ତି ଏହାକୁ ଓଡ଼ିଶାର ଛାତ୍ର ସମାଜ ନିନ୍ଦା କରୁଛନ୍ତି । ବିଶ୍ୱବିଦ୍ୟାଳୟ ପରିସରରେ ପାନ୍ଥ ନିବାସ, ପାର୍କ ଓ ଫୁଡଷ୍ଟଲ କରାଗଲେ, ସେଠାରେ ବାହାର ଲୋକଙ୍କର ଭିଡ଼ ରହିବ ଏବଂ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣ ନଷ୍ଟ ହେବା ସହିତ ଅଣଛାତ୍ର ପ୍ରବେଶର ବାଟ ଫିଟିବ । ବିଶ୍ୱବିଦ୍ୟାଳୟର ପ୍ରସାରଣ ପାଇଁ ଭବିଷ୍ୟତକୁ ଆଖିଆଗରେ ରଖି ମୂଳରୁ ଏହି ଜାଗା ରଖଯାଇଛି । ରମାଦେବୀ ବିଶ୍ୱବିଦ୍ୟାଳୟ ମଧ୍ୟ ତାହାର ଭିତିଭୂମିର ପ୍ରସାରଣ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳ ଜାଗା ମାଗିଥିଲା ତାହାକୁ କର୍ତୃପକ୍ଷ ଗ୍ରହଣ କଲେନି । ମାତ୍ର ଏବେ ବାଣୀବିହାରର ଜାଗାକୁ ବିଡିଏକୁ ଦେଇ ମନୋରଞ୍ଜନ କ୍ଷେତ୍ର କରାଯାଉଛି । ଏହାକୁ ଛାତ୍ର କଂଗ୍ରେସ ବିରୋଧ କରୁଛି । ବାଣୀବିହାର ଓଡ଼ିଶାର ଶିକ୍ଷାର ମନ୍ଦିର । ଏହି ମନ୍ଦିରରୁ ହଜାର ହଜାର ଛାତ୍ର ଉର୍ତୀର୍ଣ୍ଣ ହୋଇ ନିଜର କ୍ୟାରିଅର ଗଢ଼ିଛନ୍ତି ଏବଂ ଦେଶ ଓ ଦେଶବାହାରେ ବହୁ ଉଚ୍ଚପଦବୀରେ ଅଛନ୍ତି । ଏହି ଆନ୍ଦୋଳନରେ ଅଂଶଗ୍ରହଣ କରିବାକୁ ବାଣୀବିହାର ଉର୍ତୀଣ୍ଣ ସମସ୍ତ ଛାତ୍ରୀଛାତ୍ରୀଙ୍କୁ ନିମନ୍ତ୍ରଣ କରାଯିବ । ଏପରି ଏକ ନିଷ୍ପତିରୁ ବିଶ୍ୱବିଦ୍ୟାଳୟ କତୃପକ୍ଷ ତୁରନ୍ତ ଓହରିଯାଆନ୍ତୁ । କୁଳପତି ଏହି ଘଟଣାର ସ୍ପଷ୍ଟିକରଣ ଦିଅନ୍ତୁ । ନହେଲେ ଆଗାମୀ ମଙ୍ଗଳବାର ଠାରୁ ଏ ନିଷ୍ପତି ପ୍ରତ୍ୟାହାର ପର୍ଯ୍ୟନ୍ତ ଛାତ୍ର କଂଗ୍ରେସ ଆନ୍ଦୋଳନ ଜାରି ରଖିବ ।

ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକ ବିପଦଜନକ ପରିସ୍ଥିତିରେ ମୁଖ୍ୟ ପ୍ରବେଶ ପଥକୁ ଆସୁଛନ୍ତି । ବାଣୀବିହାର ଛକଠାରୁ ମୁଖ୍ୟ ପ୍ରବେଶ ପଥକୁ ଆସିବାକୁ ହେଲେ ରାସ୍ତାର ବିପରୀତ ଦିଗରୁ ପ୍ରବେଶ କରିବାକୁ ପଡ଼ିଥାଏ । ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ବାରମ୍ବାର ଦୁର୍ଘଟଣାର ଶିକାର ହେଉଛନ୍ତି । ଅନ୍ୟପକ୍ଷରେ ବାଣୀବିହାର ପରିସର ଭିତରକୁ ପ୍ରବେଶର ସୁବିଧା ପାଇଁ ବାଣୀବିହାର ଛକରୁ କୁଳପତିଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସିଧା ପ୍ରବେଶ ରାସ୍ତା ପାଇଁ ତିନିବର୍ଷ ତଳେ ପ୍ରସ୍ତାବ ଦିଆଯାଇଥିଲା । ଏ ସଂକ୍ରାନ୍ତରେ ଏନଏଚଆଇ, ପୋଲିସ କମିଶନର ଏବଂ ବିଶ୍ୱବିଦ୍ୟାଳୟର କତୃପକ୍ଷଙ୍କର ମିଳିତ ବୈଠକ ଦୁଇଥର ବସିସାରିଛି । କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟାରମ୍ଭ ହୋଇନାହିଁ । ପ୍ରଦେଶ ଛାତ୍ର କଂଗ୍ରେସ ତୁରନ୍ତ ଏହି ପ୍ରବେଶପଥ ଓ ରାସ୍ତାର ନିର୍ମାଣ ପାଇଁ ଦାବି କରୁଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ପିସିସି ସାଧାରଣ ସଂପାଦକ ମନୋଜ ବିଶ୍ୱାଳ, ପ୍ରଦେଶ ଯୁବ କଂଗ୍ରେସର ସଭାପତି ପ୍ରାର୍ଥୀ ରଣଜିତ ପାତ୍ର, ବାଣୀବିହାର ଛାତ୍ର ସରୋଜ ବାରିକ, ଭାଗ୍ୟଶ୍ରୀ ମହାନ୍ତି ଓ ଲେଲିନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button