ରାଜ୍ୟ

ଐତିହାସିକ ବାଲିଯାତ୍ରାରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ ଟନେଲ ଆକ୍ୱାରିୟମ – Ibnodisha

[ad_1]

କଟକ: ବାଲିଯାତ୍ରାରେ ମିଳିବ ବ୍ୟାଙ୍କକର ମଜା। କାରଣ ଐତିହାସିକ ବାଲିଯାତ୍ରାରେ ପ୍ରଥମ ଥର ପାଇଁ ଆସୁଛି ୱାଟର ଟନେଲ ଆକ୍ୱାରିୟମ। ୨୦୦ ଫୁଟ ଲମ୍ବ ଏବଂ ୬୦ ଫୁଟ ଚଉଡ଼ା ଏହି ଆକ୍ୱାରିୟମରେ ମଜା ଉଠାଇପାରିବେ ଲୋକେ। ୩୬୦ ଡିଗ୍ରୀ ଦୃଶ୍ୟ ସହିତ ମିଳିବ ବିଦେଶୀ ସାମୁଦ୍ରିକ ଜୀବନର ଅନୁଭୁତି। ଆଉ ଏହା ହିଁ ବାଲିଯାତ୍ରାର ଏକ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ।

ତାମିଲନାଡୁର ଏକ ଘରୋଇ ଏଜେନ୍ସି ଏହି ମୋବାଇଲ୍ ଟନେଲ୍ ଆକ୍ୱାରିୟମ୍କୁ ଏସିଆର ସବୁଠୁ ବଡ଼ ବାଲିଯାତ୍ରାରେ ଆଣିବାକୁ ଯାଉଛି। ଏଥିପାଇଁ ୨୮ ଟି ଟ୍ରକରେ ତାମିଲନାଡୁରୁ ଆସିବ ଉପକରଣ। ଆକ୍ୱାରିୟମରେ ସାର୍କ, ତିମି, ଅକ୍ଟୋପସ୍ ୫ ହଜାର ପ୍ରକାରର ମାଛ ଦେଖିପାରିବେ ଦର୍ଶକ। ସମୁଦ୍ର ଭିତରେ ଚାଲିଚାଲି ଯିବା ଭଳି ଅନୁଭବ କରିପାରିବେ ଦର୍ଶକ। ଚାରିପଟେ ପାଣି ସହ ପାଣି ଭିତରେ ବିଭନ୍ନ ପ୍ରକାରର ମାଛ ଦେଖିବାକୁ ମିଳିବ।

ଏହି ଟନେଲ୍‌ ଭିତରକୁ ଯଦି ଦର୍ଶକ ଯିବେ ତାହେଲେ ସେମାନଙ୍କୁ ଗଭୀର ସମୁଦ୍ର ଭିତର ରହିଲା ଭଳି ମନେ ହେବ। ଏହାକୁ ସ୍ମରଣୀୟ କରିବା ପାଇଁ ଚାହିଁବେ ତାହେଲେ ଆପଣ ଏହି ଆକ୍ବାରିୟମକୁ ଯାଇପାରିବେ। ଟିକେଟର ମୁଲ୍ୟ ୧୦୦ରୁ ୧୫୦ ରଖଯାଇଛି। କିଣାବିକାର ବାଲିଯାତ୍ରାରେ ଏଥର ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବ ବୋଲି କୁହାଯାଉଛି। ଆସନ୍ତା ନଭେମ୍ବର ୨୭ରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା। ୮ ଦିନ ଧରି ଚାଲିବାକୁ ଥିବା ଏହି ବାଲିଯାତ୍ରା ଡିସେମ୍ବର ୪ରେ ଶେଷ ହେବ। ଚଳିତ ବାଲିଯାତ୍ରାକୁ ଅଧିକରୁ ଅଧ‌ିକ ଆକର୍ଷଣୀୟ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button