ଅପରାଧ

ଅବକାରୀ ବିଭାଗ ପକ୍ଷରୁ ୪୮ବୋତଲ ବିଦେଶୀ ମଦ ଜବତ

IBN ଓଡିଶା:(REPORT BY
BIBHU PRASAD DASH)
:-କେନ୍ଦ୍ରାପଡା,ଆଳି :ଗୁରୁବାର ପୂର୍ବାହ୍ନ ରେ ଅବକାରୀ ବିଭାଗ ପକ୍ଷରୁ ବିଦେଶୀ ମଦ ଜବତ କରାଯାଇଛି।ସୂଚନା ମୁତାବକ
କେନ୍ଦ୍ରାପଡା ଜିଲ୍ଲା ଆଳି ଅବକାରୀ ବିଭାଗ ର ଓଆଇସି ଅମରେନ୍ଦ୍ର କୁମାର ଶତପଥି ଏ.ଏସ ଆଇ ଭାରତୀ ନାୟକ କନେଷ୍ଟବଳ ଟୁକୁନା ପ୍ରଧାନ ଙ୍କ ମିଳିତ ସହଯୋଗ ରେ ପୂର୍ବରୁ ବିଶେଷ ସୂତ୍ରରୁ ସୂଚନା ଥିବା ଆଳି ରୁ ମହୁ ଅଭିମୁଖେ ଯାଉଥିବା ଭରତ କୁମାର ବେହେରା ଙ୍କ ପୁଅ ପ୍ରଶାନ୍ତ କୁମାର ବେହେରା(୩୩)କୁ ଅଟକ ରଖି ତାଙ୍କ ପାଖରୁ ୪୮ବୋତଲ ମ୍ୟାକଡ଼ଲ ନମ୍ବର ୱାନ (୮ଲିଟର ୬୪୦) ଏମଏଲ ମଦ ଜବତ କରିଥିଲେ।ଅଭିଯୁକ୍ତ ପ୍ରଶାନ୍ତ ଙ୍କ ଉପରେ ୪୧/୨୧କେଶ ରୁଜୁ କରି ନୋଟିସ ବେଲ ରେ ଛଡା ଯାଇଥିବା ର ସୂଚନା ମିଳିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button