ରାଜ୍ୟ
ଅନଲାଇନରୁ ଜିନିଷ କିଣୁଥିଲେ ସାବଧାନ୍ ; ଟ୍ରଲି ବ୍ୟାଗ ଅର୍ଡର କରି ଇଟା ପାଇଲେ ବ୍ୟକ୍ତି – Ibnodisha
[ad_1]
ଭୁବନେଶ୍ୱର: ଦୀପାବଳି ବେଳେ ଅନଲାଇନରେ କିଣାକିଣି କରୁଥିଲେ ସାବଧାନ । ବଡ ଅଫର ଭିତରେ ଅନେକ ଗ୍ରାହକ ଠକେଇର ଶିକାର ହେଉଛନ୍ତି । ପୁରୀରୁ ଜଣେ ଅନଲାଇନ ଇ-କମର୍ସ ସାଇଟ୍ ଆମାଜନରେ ଜିନିଷ କିଣି ଠକେଇର ଶିକାର ହୋଇଛନ୍ତି । ସେ ୨ଟି ଟ୍ରଲି ବ୍ୟାଗ ଅର୍ଡର କରିଥିଲେ । ହେଲେ ତାଙ୍କ ପାଖରେ ଆସି ପହଞ୍ଚିଥିଲା ଇଟା ।
ଠକେଇର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ପୁରୀର ଓରିଏଂଟାଲ ବୀମା କମ୍ପାନୀ ଅଫିସର ସଂଘର ଓଡ଼ିଶା ସଭାପତି ସୁରେନ୍ଦ୍ର ମାଝୀ । ପୁରୀରେ ତାଙ୍କ ସଂଘର ଏକ ବୈଠକ ଆୟୋଜନ କରାଯାଇଥିଲା । ଏହି ବୈଠକରେ ଅତିଥିମାନଙ୍କୁ ଟ୍ରଲି ବ୍ୟାଗ ଉପହାର ଭାବେ ଦେବା ପାଇଁ ସେ ଆମାଜନରୁ ଦୁଇଟି ଦାମୀ ଟ୍ରଲି ବ୍ୟାଗ ମଗାଇଥିଲେ । କିନ୍ତୁ ଏବେ ସେ ଠକେଇର ଶିକାର ହୋଇଛନ୍ତି ।
[ad_2]