ରାଜ୍ୟ

କଥା ଦେଇ କଥା ରଖିଲେ ୫-ଟି ଓ ଆମ ଓଡ଼ିଶା ଅଧ୍ୟକ୍ଷ; ଖୋର୍ଦ୍ଧାରେ ନିର୍ମାଣ ହେବ ୨୬୬ ଦୋକାନ ଘର – Ibnodisha

[ad_1]

ଭୁବନେଶ୍ୱର: ସମସ୍ତ ଅସ୍ଥାୟୀ କ୍ୟାବିନ୍‌କୁ ହଟାଯିବ । ଭେଣ୍ଡିଂ ଜୋନ ନିର୍ମାଣ କରାଯିବ । ତେଣୁ ଖୋର୍ଦ୍ଧା ସହରରେ ୫ ଭେଣ୍ଡିଂ ଜୋନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ମିଳିଛି । ୮କୋଟି ୭୯ଲକ୍ଷ ଟଙ୍କା ବ୍ୟୟରେ ହେବ ୨୬୬ଟି ଦୋକାନ ଘର । ମୁଖ୍ୟମନ୍ତ୍ରୀଙ୍କ ସ୍ୱୀକୃତି ପରେ ଏହାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଖେଳିଯାଇଛି ଖୁସି । ଏନେଇ ଖୋର୍ଦ୍ଧା ସହରବାସୀ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ପ୍ରକାଶଥାଉ କି, ଖୋର୍ଦ୍ଧା ସହରରେ ଦୀର୍ଘ ୫୦ ବର୍ଷ ଧରି ଲାଗି ରହିଥିବା ସମସ୍ୟାର ସମଧାନ ହୋଇଛି । ଫଳରେ କ୍ୟାବିନ୍ ବ୍ୟବସାୟୀଙ୍କ ଦୁଃଖ ଦୂର ହୋଇପାରିଛି । ଉଠା ବ୍ୟବସାୟୀଙ୍କ ସୁରକ୍ଷା ଲାଗି ଖୋର୍ଦ୍ଧା ସହରରେ ଭେଣ୍ଡିଂ ଜୋନ ନିର୍ମାଣ କରାଯିବ । ମୋଟ ୨୬୬ ଦୋକାନ ଗୃହ ପ୍ରଦାନ କରାଯିବ । ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଫାଇଭ୍‌-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ମଞ୍ଜୁର କରିଛନ୍ତି ୮ କୋଟି ୭୯ଲକ୍ଷ ଟଙ୍କା । ପାଞ୍ଚଟି ସ୍ଥାନରେ ଏହି ଭେଣ୍ଡିଂ ଜୋନ ନିର୍ମାଣ ହେବ । ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ୟା ବିଷୟରେ ଅବଗତ କରିଥିଲେ ବ୍ୟବସାୟୀ । ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ।

ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି ଖୋର୍ଦ୍ଧା ପୌରାଧ୍ୟକ୍ଷା । ସରକାରଙ୍କ ଏହି ନିଷ୍ପତ୍ତିକୁ ସବୁ ସ୍ତରରେ ମଧ୍ୟ ସ୍ୱାଗତ କରାଯାଇଛି । କ୍ୟାବିନ ସହର ଆଖ୍ୟା ପାଇଥିଲା ଐତିହାସିକ ଖୋର୍ଦ୍ଧା ସହର । ମୁଖ୍ୟମନ୍ତ୍ରୀ ଏବଂ ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆଙ୍କ ଏହି ନିଷ୍ପତ୍ତି ପରେ ବ୍ୟବସାୟୀଙ୍କ ବହୁ ଦିନର ଚିନ୍ତା ଦୂର ହୋଇଛି । ଭେଣ୍ଡି ଜୋନ ନିର୍ମାଣ ପରେ ଖୋର୍ଦ୍ଧା ପାଇବ ନୂଆ ପରିଚୟ । ଦୋକାନ ସମସ୍ୟାକୁ ନେଇ ବର୍ଷ ବର୍ଷ ଧରି ହନ୍ତସନ୍ତ ହେଉଥିଲେ ବ୍ୟବସାୟୀ । ଦୀପାବଳି ଅବସରରେ ଏହି ମଞ୍ଜୁରୀ ମିଳିଥିବାରୁ ବ୍ୟବସାୟୀ ଖୁସି ପ୍ରକାଶ କରିଛନ୍ତି । ଖୋର୍ଦ୍ଧା ସହରରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବ୍ୟବସାୟୀଙ୍କ ଜୀବନଧାରାରେ ପରିବର୍ତ୍ତନ ଘଟିବ । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଓ ଫାଇଭ-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କ ଉଦ୍ୟମରେ ଖୋର୍ଦ୍ଧା ନୂଆରୂପ ପାଇବ ବୋଲି ସ୍ଥାନୀୟ ବାସୀନ୍ଦା ମତ ରଖିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button