ଋତୁସ୍ରାବ ସମୟରେ ଏହି ବିଶ୍ୱବିଦ୍ୟାଳୟର ଛାତ୍ରୀ ପାଇବେ ଛୁଟି – Ibnodisha

[ad_1]
ଦିସପୁର: ଆସାମ ଗୌହାଟି ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ପାଇଁ ଐତିହାସିକ ନିଷ୍ପତ୍ତି । ଏଣିକି ମାସିକ ଋତୁସ୍ରାବ ସମୟରେ ଛାତ୍ରୀମାନେ ନେଇପାରିବେ ଛୁଟି । ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ମହାବିଦ୍ୟାଳୟର ଛାତ୍ରୀଙ୍କ ଲାଗି ମଧ୍ୟ ଏହି ସୁବିଧା ଲାଗୁ କରାଯାଇଛି । ଗୌହାଟି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବା ପରେ ଛାତ୍ରୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଥିବା ଦେଖିବାକୁ ମିଳିଛି । ଶିକ୍ଷା ମନ୍ତ୍ରଣାଳୟ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଗାଇଡଲାଇଡ ଅନୁସାରେ ନଭେମ୍ବର ୯ ତାରିଖରେ ଗୌହାଟି ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଏକ ସର୍କୁଲାର ଜାରି କରି ଏନେଇ ସୂଚନା ଦେଇଛନ୍ତି । ଏହାସହିତ ଛାତ୍ରୀଙ୍କ କ୍ଲାସରୁମ ଉପସ୍ଥାନକୁ ୨ ପ୍ରତିଶତ ଛାଡ଼ ମଧ୍ୟ କରାଯାଇଛି । ଫଳରେ ସେମିଷ୍ଟାର ଲାଗି ଏବେ ଛାତ୍ରୀଙ୍କ କ୍ଲାସ ଉପସ୍ଥାନ ଏବେ ୭୩ ପ୍ରତିଶତ ରହିଛି । କିଛି ଦିନ ମଧ୍ୟରେ ଏହି ନିୟମ ଲାଗୁ କରାଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ସେମିଷ୍ଟାର ପରୀକ୍ଷା ଯୋଗ୍ୟତା ଲାଗି ସମସ୍ତ ଛାତ୍ରଙ୍କ ଲାଗି ୭୫ ପ୍ରତିଶତ କ୍ଲାସ ଉପସ୍ଥାନ ବାଧ୍ୟତାମୂଳକ । ହେଲେ ଏହି ବିଶ୍ୱବିଦ୍ୟାଳୟରେ ଏବେ ଛାତ୍ରୀଙ୍କ ଉପସ୍ଥାନ ୭୩ ପ୍ରତିଶତ ରହିଛି । ଆସାମରେ ତେଜପୁର ସେଣ୍ଟ୍ରାଲ ୟୁନିଭର୍ସିଟି ପ୍ରଥମ କରି ଏହି ନିୟମ ଲାଗୁ କରିଥିଲା । ଏବେ ଦ୍ୱିତୀୟରେ ଗୌହାଟି ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ଲାଗି ଏହି ନିୟମ ଲାଗୁ କରିଛି । ଏହାପରେ ଛାତ୍ରୀମାନେ ପ୍ରତିକ୍ରିୟା ରଖିଛନ୍ତି । ଗୌହାଟି ୟୁନିଭର୍ସିଟି ପିଜି ଛାତ୍ର ସଂସଦର ସାଧାରଣ ସମ୍ପାଦକ ହିମାନଜିତ ଡେକା କହିଛନ୍ତି,”ଗୌହାଟି ବିଶ୍ୱବିଦ୍ୟାଳୟର ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି । ଅନ୍ୟ ଶିକ୍ଷାନୁଷ୍ଠାନ ମଧ୍ୟ ଏହି ନିୟମକୁ ଲାଗୁ କରିବା ଉଚିତ । ଗୌହାଟି ବିଶ୍ୱବିଦ୍ୟାଳୟରେ ପ୍ରାୟ ୫୦୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସେଥିମଧ୍ୟରୁ ୭୫ ପ୍ରତିଶତ ଛାତ୍ରୀ ରହିଛନ୍ତି । ସେପଟେ ଗୌହାଟି ବିଶ୍ୱବିଦ୍ୟାଳୟ ଅଧୀନରେ ରାଜ୍ୟରେ ୩୪୦ ମହାବିଦ୍ୟାଳୟ ରହିଛି । ଏହି ସମସ୍ତ ମହାବିଦ୍ୟାଳୟଗୁଡ଼ିକରେ ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୯ ଲକ୍ଷ ହୋଇଥିବା ବେଳେ ସେଥିମଧ୍ୟରୁ ଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୭୦ ପ୍ରତିଶତ ବୋଲି ଜଣାପଡିଛି ।
[ad_2]