ଅପରାଧ

ସାଇବର ଠକ ଲୁଟିଲେ ୧୨ ଲକ୍ଷ – Ibnodisha

[ad_1]

ଭୁବନେଶ୍ବର : ଜୁଆଖେଳ ଭଳି ଲୋଭ ଦେଖାଉଛନ୍ତି ସାଇବର ଠକ। ରାତାରାତି ଲକ୍ଷପତି ହେବାର ସ୍ବପ୍ନ ଦେଖାଇ ଲୋକଙ୍କୁ ଲୁଟୁଛନ୍ତି। ଘରେ ବସି ସହଜ ଉପାୟରେ ରୋଜଗାର ଆଶା ଦେଖାଇ ଟଙ୍କା ବିନିଯୋଗ ନାଁରେ ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏମିତି ଅନେକ ଯୁବକ, ଯୁବତୀ ଠକେଇର ଶିକାର ହୋଇ ଥାନାର ଦ୍ବାରସ୍ଥ ହେଉଛନ୍ତି। ବାଲିଅନ୍ତା ବଇଁଚୁଆର ତ୍ରିଲୋଚନ ସାହୁ ଠକେଇର ଶିକାର ହେବା ପରେ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।ମିଳିଥିବା ସୂଚନା ଅନୁସାରେ, ଗତ ଅକ୍ଟୋବର ୨୨ ତାରିଖରେ ତ୍ରିଲୋଚନଙ୍କ ହ୍ବାଟସଆପକୁ ଏକ ମେସେଜ୍ ଆସିଥିଲା। ତାଙ୍କୁ ଏକ ଟେଲିଗ୍ରାମ ଗ୍ରୁପରେ ସଦସ୍ୟ ଭାବେ ଯୋଡ଼ା ଯାଇଥିଲା। ସେହି ଗ୍ରୁପରେ ୩୦ ଜଣ ସଦସ୍ୟ ରହିଥିଲେ। ତାଙ୍କ ପାଖକୁ ଗୋଟିଏ ଲିଙ୍କ୍ ପଠା ଯାଇଥିଲା। ସେହି ଲିଙ୍କ୍ ଖୋଲିବା ପରେ ତାଙ୍କୁ ତାଲିମ ସ୍ବରୂପ ୨୮ଟି ଫ୍ଲାଇଟ୍ ଟିକଟ ବୁକିଂ କରିବା ପାଇଁ କୁହାଯାଇଥିଲା। ଯଦି ସେ ବୁକିଂ କରି ଦିଅନ୍ତି ତାହେଲେ ତାଙ୍କର ତାଲିମ ସମ୍ପୂର୍ଣ୍ଣ ହେବା ସହ ୯୦୦ ଟଙ୍କା ମିଳିବ ବୋଲି କୁହାଯାଇଥିଲା। ତ୍ରିଲୋଚନ ଏହି କାମ କରିବା ପରେ ତାଙ୍କ ପେଟିଏମ୍ ଆକାଉଣ୍ଟକୁ ୯୦୦ ଟଙ୍କା ଆସିଥିଲା ଓ ସେ ଏହାକୁ ଉଠାଇଥିଲେ। ଏହା ପରେ ତାଙ୍କୁ ୧୦ ହଜାର ୫ ଶହ ଟଙ୍କା ବିନିଯୋଗ କରି ୩ଟି ପର୍ଯ୍ୟାୟରେ କାମ କରିବା ପାଇଁ କୁହା ଯାଇଥିଲା। ଏଥିପାଇଁ ମୂଳଧନ ସହ କମିସନ ଅର୍ଥ ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ପ୍ରତିଶ୍ରୁତି ମୁତାବକ ଟଙ୍କା ମିଳିବା ସହ ଅଧିକ ଅର୍ଥ ପାଇଁ ୨୩ ହଜାର ୧୭୮ ଟଙ୍କା ବିନିଯୋଗ କରିବା ଲାଗି କୁହାଯାଇଥିଲା। ସେ ଜମା କରିବା ପରେ ତାଙ୍କୁ ୪୪ ହଜାର ୧୭୮ ଟଙ୍କା ମିଳିଥିଲା। ଏମିତି ଲୋଭ ଦେଖାଇ ସାଇବର ଠକ ତ୍ରିଲୋଚନଙ୍କ ଠାରୁ ୧୨ ଲକ୍ଷ ୫୩ ହଜାର ୬୭୫ ଟଙ୍କା ଲୁଟି ନେଇଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button