ଅପରାଧ

ରୋଗୀଙ୍କ ସମ୍ପର୍କୀୟଙ୍କୁ ୩୧ ଲକ୍ଷ ଚୁନା ଲଗାଇ ଗିରଫ ହେଲେ ରେଡିଓଲୋଜିଷ୍ଟ – Ibnodisha

[ad_1]

କଟକ : ହସ୍ପିଟାଲରେ ଚାକିରୀ କରି ରୋଗୀଙ୍କୁ ଠକେଇଲେ । ରୋଗୀଙ୍କ ସମ୍ପର୍କୀୟଙ୍କୁ ୩୧ ଲକ୍ଷ ଟଙ୍କାର ଚୁନା ଲଗାଇଲେ। ଏହି ଅଭିଯୋଗରେ ରେଡିଓଲୋଜିଷ୍ଟ ନାରାୟଣ ବେହେରାକୁ କଟକ ବୟାଳିସ ମୌଜା ଶିଶୁଆ ଗାଁରୁ ଗିରଫ କରିଛି ପୋଲିସ । ରେଡିଓଲୋଜିଷ୍ଟ ନାରାୟଣ ବେହେରାକୁ କେସ ନମ୍ବର ୩୬୯, ଦଫା ୪୦୮, ୪୧୭, ୪୨୦ ରେ କୋର୍ଟ ଚାଲାଣ କରାଯାଇଛି । ଅଭିଯୋଗ ଅନୁଯାୟୀ, ଏକ ଘରୋଇ ହସପିଟାଲରେ ରେଡିଓଲୋଜିଷ୍ଟ ଭାବେ କାମ କରୁଥିଲେ ନାରାୟଣ ବେହେରା। ୨୦୧୯ରୁ ଏହି ହସପିଟାଲରେ ଅଛନ୍ତି ନାରାୟଣ। ତେବେ ବିଭିନ୍ନ ସମୟରେ ରୋଗୀଙ୍କୁ ମିଛ ବିଲିଂ ଦେଇ ୩୧ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା। ଫଳରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ହସ୍ପିଟାଲର ଅନ୍ୟ ଯେଉଁମାନେ ଏଭଳି ଠକେଇର ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଡିସିପି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button