ଦେଶ
ତେଲେଙ୍ଗାନା ପାଇଁ ବିଜେପି ଇସ୍ତାହାର; ମାଗଣାରେ ଅଯୋଧ୍ୟା ଯାତ୍ରା, ଧର୍ମ ଆଧାରରେ ସଂରକ୍ଷଣର ଅନ୍ତ – Ibnodisha
[ad_1]
ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଶନିବାର ଘୋଷଣାପତ୍ର ଜାରୀ କରିଛି । ଏଥିରେ ଧର୍ମ ଆଧାରରେ ସଂରକ୍ଷଣ ଶେଷକରି ସମାନ ନାଗରିକ ସଂହିତା ଲାଗୁ କରିବା ସହିତ ବରିଷ୍ଠ ନାଗରିକଙ୍କୁ ମାଗଣରେ ରାମଲଲାଙ୍କ ଦର୍ଶନ କରାଇବା ସମେତ ବହୁ ପ୍ରତିଶ୍ରୁତି ଦେଇଛି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଘୋଷଣାପତ୍ର ଜାରୀ କରି କହିଛନ୍ତି, ଏହା ମୋଦୀଙ୍କ ଗ୍ୟାରେଣ୍ଟି ।
ବିଜେପି ନିଜ ଘୋଷଣାପତ୍ରରେ ରାଜ୍ୟରେ ଉଜ୍ଜ୍ୱଳା ଯୋଜନା ଲାଭାର୍ଥିୀଙ୍କୁ ପ୍ରତିବର୍ଷ ଚାରିଟି ମାଗଣା ଗ୍ୟାସ୍ ସିଲିଣ୍ଡର୍ର ପ୍ରତିଶ୍ରୁତି ଦେଇଛି । ଶାହ କହିଛନ୍ତି, ଧର୍ମ ଆଧାରରେ ସଂରକ୍ଷଣ କେବଳ ଏହି ରାଜ୍ୟରେ ଲାଗୁ ହୋଇଛି, ଯାହା ଅସାମ୍ବିଧାନିକ । ଆମେ ଏହାକୁ ହଟାଇ ପଛୁଆ ବର୍ଗଙ୍କ ସଂରକ୍ଷଣ ବୃଦ୍ଧି କରିବୁ ।
[ad_2]