ରାଜ୍ୟ

ଶୀତଦିନରେ କେଉଁ ପାଣିରେ ଗାଧୋଇବା ଉଚିତ ଆସନ୍ତୁ ଜାଣିବା…. – Ibnodisha

[ad_1]

ଭୁବନେଶ୍ୱର: ଶୀତଦିନରେ ଗରମ ପାଣିରେ ଗାଧୋଇବା ଉଚିତ୍ କି ଥଣ୍ଡା ପାଣିରେ। ଏଭଳି ପରିସ୍ଥିତିରେ ଆପଣ କେଉଁ ପାଣିରେ ଗାଧୋଇବେ, ଯାହା ଶରୀର ପାଇଁ ଲାଭଦାୟକ ହେବ। ଚାଲନ୍ତୁ ଜାଣିବା..ଉତ୍ତର ଭାରତରେ ଶୀତଋତୁ ଆରମ୍ଭ ହୋଇସାରିଛି। ଏବଂ ତାପମାତ୍ରା କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି । ଶୀତଦିନରେ ଅଧିକାଂଶ ଲୋକ ଗାଧୋଇବା ପାଇଁ ଗରମ ପାଣିର ବ୍ୟବହାର କରିଥାନ୍ତି। ଆଉ କିଛି ଲୋକ ଥଣ୍ଡା ପାଣିରେ ଗାଧୋଇବାକୁ ପସନ୍ଦ କରିଥାନ୍ତି। ତେବେ ପ୍ରଶ୍ନ ଉଠୁଛି କି, ଶୀତ ଦିନରେ କେଉଁ ପାଣିରେ ଗାଧୋଇଲେ ଶରୀର ପାଇଁ ଅଧିକ ଲାଭଦାୟକ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଏହା ଉପରେ ଆୟୁର୍ବେଦ ଡାକ୍ତାରଙ୍କ ମତ କ’ଣ ରହିଛି।

ଆୟୁର୍ବେଦ ଡାକ୍ତର ଅଭିନାଭ ରାଜ କହିଛନ୍ତି ଯେ, ଥଣ୍ଡା ପାଗରେ ଅଧିକ ଗରମ ପାଣିରେ ନଗାଧୋଇ କି ଉଷୁମ ପାଣିରେ ଗାଧୋଇବା ଉଚିତ୍। ଉଷୁମ ପାଣିରେ ଗାଧୋଇବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ। ଏବଂ ଆମ ଶରୀରର ରକ୍ତ ସଞ୍ଚାଳନରେ ଉନ୍ନତି ହୋଇଥାଏ। ଏହାସହ ଥଣ୍ଡା ଓ କାଶ ହେବାର ଆଶଙ୍କା ହ୍ରାସ ପାଇଥାଏ। ଉଷୁମ ପାଣି ଶରୀରକୁ ସଫା ରଖିବା ସହ ଚର୍ମ ସମସ୍ୟା ଦୂର କରିଥାଏ। ଏହାସହ ଲୋକମାନଙ୍କୁ ଶୀତରୁ ମୁକ୍ତି ଦେଇଥାଏ।

ଶୀତରେ ଥଣ୍ଡା ପାଣିରେ ଗୋଧେଇଲେ ଶରୀରର କୌଣସି କ୍ଷତି ହୋଇନଥାଏ। ଯଦି ଥଣ୍ଡା, ଜ୍ୱର, କାଶ ହେଉଛି ତେବେ ଥଣ୍ଡା ପାଣିରେ ନଗାଧୋଇ ଉଷୁମ ପାଣିରେ ଗାଧୋଇବା ଭଲ ବୋଲି ଡାକ୍ତର ଅଭିନାଭ କହିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button