ରାଜ୍ୟ

ସବୁ ରକ୍ତ ଭଣ୍ଡାରରେ ନାଟ୍ ପରୀକ୍ଷା ବ୍ୟବସ୍ଥା କର: ହାଇକୋର୍ଟ – Ibnodisha

[ad_1]

କଟକ: ରାଜ୍ୟର ସମସ୍ତ ସରକାରୀ ରକ୍ତ ଭଣ୍ଡାରରେ ଆସନ୍ତା ୨୦୨୫, ମାର୍ଚ୍ଚ ଶେଷ ସୁଦ୍ଧା ନ୍ୟୁକ୍ଲିକ୍ ଏସିଡ ଟେଷ୍ଟ (ନାଟ୍‌) ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନିମନ୍ତେ ହାଇକୋର୍ଟ ଆଦେଶ ଦେଇଛନ୍ତି । ଏ ସମ୍ପର୍କିତ ଜନସ୍ୱାର୍ଥ ଆବେଦନ ମାମଲାର ଶୁଣାଣି କରି ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ଉପରୋକ୍ତ ଆଦେଶ ଦେଇଛନ୍ତି । ମାମଲାର ଶୁଣାଣିବେଳେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଥିଲା । ଦାଖଲ ସତ୍ୟପାଠରେ ଦର୍ଶାଯାଇଛି ଯେ ରାଜ୍ୟର ୫୬ଟି ସରକାରୀ ରକ୍ତ ଭଣ୍ଡାର ମଧ୍ୟରୁ ୧୧ଟିରେ ନାଟ୍ ବ୍ୟବସ୍ଥା ରହିଛି ।

ତେବେ ଆସନ୍ତା ୨୦୨୫, ମାର୍ଚ୍ଚ ବାକି ଥିବା ସମସ୍ତ ରକ୍ତ ଭଣ୍ଡାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୨ ଶହ କୋଟି ଟଙ୍କା ବିନିମୟରେ ନାଟ୍ ପରୀକ୍ଷା ବ୍ୟବସ୍ଥା କରାଯିବାର ଲକ୍ଷ ରଖାଯାଇଛି । ଆବେଦନକାରୀ ପ୍ରବୀର ଦାସ ଓ ଅମିତ ଅଭିଜିତ ସାମଲଙ୍କ ପକ୍ଷରୁ ରାଜ୍ୟର ସମସ୍ତ ରକ୍ତ ଭଣ୍ଡାରରେ ନାଟ୍ ପରୀକ୍ଷା ବ୍ୟବସ୍ଥା କରିବାକୁ ପ୍ରାର୍ଥନା କରି ପୃଥକ ପୃଥକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା । ହାଇକୋର୍ଟ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଜବପାବ ତଲବ କରିଥିଲେ । ନାଟ୍ ପରୀକ୍ଷା ମାଧ୍ୟମରେ ରକ୍ତରେ ଏଚ୍‌ଆଇଭି ତଥା ଅନ୍ୟାନ୍ୟ ରୋଗ ଜୀବାଣୁ ସମ୍ପର୍କରେ ଜାଣିହେବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button