ଦେଶ

ବିଲିଡିଂରେ ଭୟଙ୍କର ନିଆଁ, ୨ ମୃତ – Ibnodisha

[ad_1]

ମୁମ୍ବାଇ : ମୁମ୍ବାଇର ଗିରଗାଓଁରେ ଥିବା ଏକ ବିଲିଡିଂରେ ଭୀଷଣ ନିଆଁ ଲାଗିଛି । ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣଙ୍କୁ ଉଦ୍ଧାର କରାଯାଇଛି । ଘଟଣା ବିଷୟରେ ସୂଚନା ପାଇଁ ଅଗ୍ନିଶମ ବିଭାଗ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଘଟଣା ସ୍ଥଳରେ ୧୫ଟି ଅଗ୍ନିଶମ ଗାଡି ନିୟୋଜିତ ରହିଛି । ପାଖାପାଖି ୨ ଘଣ୍ଟା ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି ।

ଡେପୁଟି ଫାୟାର ଅଫିସର ଏସଡି ସାଓ୍ଵନ୍ତଙ୍କ ମୁତାବକ, ୩ ମହଲା ବିଶିଷ୍ଟ ବିଲିଡିଂରେ ନିଆଁ ଲାଗିବା ପରେ ୯ଜଣଙ୍କୁ ଉଦ୍ଧାର କରାଯାଇଛି । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗ ଗାଡି ଘଟଣା ସ୍ଥଳରେ ରହିଛି । ତେବେ ବିଲିଡିଂ ଭିତରୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ ବିଭାଗର ଅଧିକାରୀ । ଏମାନଙ୍କର ବୟସ ୬୦ ବର୍ଷ ଏବଂ ୮୨ ବର୍ଷ ବୋଲି ଜଣାପଡିଛି । ତେବେ ଆହତଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କୁ ନୀରିକ୍ଷଣରେ ରଖାଯାଇଛି । ତେବେ ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ପୋଲିସ ଏବଂ ଅଗ୍ନିଶମ ଅଧିକାରୀ ଟିମ୍‌ ଘଟଣାର ଯାଞ୍ଚ କରୁଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button