ରାଜ୍ୟ

ଟ୍ରକ୍‌ ଧକ୍କାରେ ଦମ୍ପତି ମୃତ – Ibnodisha

[ad_1]

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ଥାନା ମାନିଗୁଡ଼ା ଗାଁ ନିକଟରେ ଜାତୀୟ ରାଜପଥ ୩୫୩ ରେ ଟ୍ରକ୍ ଧକ୍କାରେ ଏକ ଦମ୍ପତିଙ୍କ ମୃତ୍ୟୁ ହେଇଛି। ସୂଚନା ଅନୁସାରେ, ନୂଆପଡ଼ା ଜିଲ୍ଲା ଖାରିଆରୋଡ୍‌ ଅଏଁଲାଯୁବା ଗାଁର ଜୟରାମ ମାଝୀ (୫୬ବର୍ଷ) ଓ ତାଙ୍କର ସ୍ତ୍ରୀ ଘୁନମତୀ ମାଝୀ (୫୦ବର୍ଷ) ରବିବାର ଏକ ବାଇକ‌୍ (ଓଡି ୨୬ ଏଫ୍ ୯୭୧୬) ଯୋଗେ କୋମନା ପଟକୁ ଆସୁଥିଲେ। ବିପରୀତ ଦିଗରୁ ଯାଉଥିବା ଏକ ଟ୍ରକ୍‌ (ସିଜି ୦୪ ଏନ୍‌ଟି ୦୧୮୭) ସହ ସେମାନଙ୍କ ଧକ୍କା ହୋଇଥିଲା। ଏଥିରେ ଜୟରାମଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ତରବୋଡ଼ ପୁଲିସ ଘୁନମତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲା। ତେବେ ସେଠାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ପୁଲିସ ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଉଭୟ ଗାଡ଼ିକୁ ପୁଲିସ ଜବତ କରି ତଦନ୍ତ କରୁଥିବା ତରବୋଡ଼ ଫାଣ୍ଡି ଅଧିକାରୀ ଗୌରୀଶଙ୍କର ଦାସ ସୂଚନା ଦେଇଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button