ୱିମେନ୍ସ ପ୍ରିମିୟର୍ ଲିଗ୍ ପାଇଁ ବିସିସିଆଇ କମିଟି ଗଠିତ; ରୋଜର୍ ବିନ୍ନି ମୁଖ୍ୟ, ଜୟ ଶାହ ସଂଯୋଜକ – Ibnodisha

[ad_1]
ମୁମ୍ବାଇ: ୱିମେନ୍ସ ପ୍ରିମିୟର୍ ଲିଗ୍ (ଡବ୍ଲ୍ୟୁପିଏଲ୍)କୁ ଉନ୍ନତ କରିବା ନିମନ୍ତେ ବିବିସିଆଇ ପକ୍ଷରୁ ଏକ କମିଟି ଗଠନ କରାଯାଇଛି । ବିସିସିଆଇ ସଭାପତି ଏହି କମିଟିର ମୁଖ୍ୟ ଥିବାବେଳେ ସମ୍ପାଦକ ଜୟ ଶାହଙ୍କୁ ଏହା ସଂଯୋଜକ ନିଯୁକ୍ତ କରାଯାଇଛି । କମିଟିରେ ଆଇପିଏଲ୍ ଅଧ୍ୟକ୍ଷ ଅରୁଣ ଧୂମଲ୍ଙ୍କୁ ମଧ୍ୟ ସାମିଲ କରାଯାଇଛି । ଏହା ବ୍ୟତୀତ ରାଜୀବ ଶୁକ୍ଳା, ଆଶୀଷ ସେଲାର୍, ଦେବାଜିତ୍ ସାଇକିଆ, ମଦୁମତି ଲେଲେ ଓ ପ୍ରଭତେଜ ଭାଟିଆଙ୍କ ନାମ ସାମିଲ ।
ଡବ୍ଲ୍ୟୁପିଏଲ୍ର ଦ୍ୱିତୀୟ ସିଜନ୍ ପାଇଁ ଆସନ୍ତାକାଲି ମୁମ୍ବାଇରେ ମିନି ଅକ୍ସନ୍ ହେବ । ଅକ୍ସନ୍ ପାଇଁ ୧୦୪ ଭାରତୀୟ ଏବଂ ୧୬ ବିଦେଶୀ ଖେଳାଳିଙ୍କ ସମେତ ମୋଟ ୧୬୫ ଖେଳାଳି ରେଜିଷ୍ଟ୍ରେସନ୍ କରାଇଛନ୍ତି । ବିଦେଶୀଙ୍କ ମଧ୍ୟରୁ ୧୫ ଜଣ ଖେଳାଳି ଆସୋସିଏଟ୍୍ ଦେଶର । ପାଞ୍ଚ ଟିମ୍ରେ ୩୦ ସ୍ଲଟ୍ ଖାଲିଥିବା ବେଳେ ଏହା ମଧ୍ୟରୁ ୯ଟି ସ୍ଲଟ୍ ବିଦେଶୀ ଖେଳାଳିଙ୍କ ପାଇଁ ରିଜର୍ଭ ରହିଛି । ଅକ୍ସନ୍ ପାଇଁ ରେଜିଷ୍ଟ୍ରେସନ୍ କରିଥିବା ୧୬୫ ଖେଳାଳିଙ୍କ ମଧ୍ୟରୁ ୫୬ ଜଣଙ୍କ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଅନୁଭବ ଥିବାବେଳେ ୧୦୯ ଖେଳାଳି ଅନ୍କ୍ୟାପ୍ଡ । ଅକ୍ସନ୍ ଲିଷ୍ଟ୍ରେ ଦୁଇଜଣ ଖେଳାଳି ୱେଷ୍ଟଇଣ୍ଡିଜ୍ର ଡିଏଣ୍ଡ୍ରା ଡଟିନ୍ ଏବଂ ଅଷ୍ଟ୍ରେଲିଆର କିମ୍ ଗାର୍ଥଙ୍କ ବେସ୍ ପ୍ରାଇସ୍ ୫୦ ଲକ୍ଷ ଟଙ୍କା ରହିଛି । ସେହିପରି ଚାରିଜଣ ଖେଳାଳି ଇଂଲଣ୍ଡ ୱିକେଟ୍କିପର୍ ଏମି ଜୋନ୍ସ, ସାଉଥ୍ ଆଫ୍ରିକା ଫାଷ୍ଟ୍ ବୋଲର୍ ଶବନିମ୍ ଇସ୍ମାଇଲ୍, ଅଷ୍ଟ୍ରେଲିଆର ଏନାବେଲ୍ ସଦରଲାଣ୍ଡ୍ ଓ ଜର୍ଜିଆ ବେୟରହମ୍ଙ୍କ ବେସ୍ ପ୍ରାଇସ୍ ୪୦ ଲକ୍ଷ ଟଙ୍କା ।
ଅକ୍ସନ୍ ପାଇଁ ପାଞ୍ଚ ଟିମ୍ ମଧ୍ୟରୁ ଗୁଜରାଟ ଜାଏଣ୍ଟ୍ସ ପର୍ସରେ ସର୍ବାଧିକ ୫.୯୫ କୋଟି ଟଙ୍କା ବାକି ଥିବାବେଳେ ଟିମ୍ ୧୦ ଜଣ ଖେଳାଳି କିଣିବ । ୟୁପି ୱାରିୟର୍ସ ନିକଟରେ ୪ କୋଟି ଏବଂ ଆର୍ସିବି ନିକଟରେ ୩.୩୫ କୋଟି ଟଙ୍କା ଥିବାବେଳେ ଦୁଇ ଟିମ୍ ଅକ୍ସନ୍ରୁ ଯଥାକ୍ରମେ ୫ ଓ ୭ ଖେଳାଳିଙ୍କୁ ନିଜ ସହ ସାମିଲ କରିବେ । ସିଜନ୍-୧ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ସର୍ବନିମ୍ନ ୨.୧ କୋଟି ଟଙ୍କା ବାକି ଥିବାବେଳେ ଟିମ୍ ୫ ଜଣ ଖେଳାଳିଙ୍କୁ ଅକ୍ସନ୍ରୁ କିଣିବ । ସେହିପରି ରନର-ଅପ୍ ଦିଲ୍ଲୀ କ୍ୟାପିଟାଲ୍ସ ପର୍ସରେ ୨.୨୫ କୋଟି ଟଙ୍କା ରହିଛି ଏବଂ ଟିମ୍ ୩ ଜଣ ଖେଳାଳି କିଣିବ । ଟୁର୍ଣ୍ଣାମେଣ୍ଟ୍ ଆସନ୍ତାବର୍ଷ ଫେବୃଆରୀ ତୃତୀୟ ସପ୍ତାହରୁ ଆରମ୍ଭ ହୋଇ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଶେଷ ହେବାର ସମ୍ଭାବନା ରହିଛି ।
[ad_2]