ଖେଳ

ଅର୍ଜୁନ ପୁରସ୍କାର ପାଇଁ ମହମ୍ମଦ ଶମୀଙ୍କ ନାମ ସୁପାରିସ – Ibnodisha

[ad_1]

ନୂଆଦିଲ୍ଲୀ: ବିସିସିଆଇ ନିକଟରେ ଶେଷ ହୋଇଥିବା ଆଇସିସି ଦିନିକିଆ ବିଶ୍ୱକପ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଫାଷ୍ଟ୍ ବୋଲର୍ ମହମ୍ମଦ ଶମୀଙ୍କ ନାମ ଚଳିତ ବର୍ଷର ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିଛି । ୩୩ ବର୍ଷୀୟ ଶମୀ ଟୁର୍ଣ୍ଣାମେଣ୍ଟର କେବଳ ସାତଟି ମ୍ୟାଚ୍ ଖେଳି ୨୪ ୱିକେଟ୍ ହାସଲ କରିଥିଲେ । କ୍ରୀଡ଼ା ମନ୍ତ୍ରଣାଳୟ ଅନୁସାରେ ଶମୀଙ୍କ ନାମ ସୂଚୀରେ ସାମିଲ କରିବା ପାଇଁ ବିସିସିଆଇ ସ୍ୱତନ୍ତ ଭାବେ ଅନୁରୋଧ କରିଛି । ଏହା ପୂର୍ବରୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ପାଇଁ ସୁପାରିସ ହୋଇଥିବା ଖେଳାଳିଙ୍କ ସୂଚୀରେ ଶମୀଙ୍କ ନାମ ସ୍ଥାନ ପାଇନଥିଲା ।

ଏହି ପୁରସ୍କାର ପାଇଁ ଶମୀଙ୍କ ବ୍ୟତୀତ ଅନ୍ୟ ୧୬ ଖେଳାଳିଙ୍କ ନାମ ସୁପାରିସ କରାଯାଇଛି । ସେହିପରି ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ସଂଘ ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ନାମ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇଁ ସୁପାରିସ କରିଛି । ଏହା ବ୍ୟତୀତ ଧ୍ୟାନଚାନ୍ଦ ଲାଇଫ୍ ଟାଇମ୍ ପୁରସ୍କାର ପାଇଁ କବିତା (କବାଡ଼ି), ମଞ୍ଜୁଷା କୱଁର୍ (ବ୍ୟାଡ୍‌ମିଣ୍ଟ୍‌) ଓ ବିନୀତ କୁମାର ଶର୍ମା (ହକି) ଏବଂ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଗଣେଶ ପ୍ରଭାକରନ୍ (ମାଲ୍‌ଖମ୍ବ), ମହାବୀର ସୈନି (ପାରା ଆଥ୍‌ଲେଟିକ୍ସ), ଲଳିତ କୁମାର (ରେସ୍‌ଲିଂ), ଆରବି ରମେଶ (ଚେସ୍‌), ଶିବେନ୍ଦ୍ର ସିଂହଙ୍କ ନାମ ସୁପାରିସ କରାଯାଇଛି ।

ଚଳିତ ବର୍ଷର ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଏବଂ ଅର୍ଜୁନ ପୁରସ୍କାରର ଚୟନ ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ଏକ ୧୨ ଜଣିଆ କମିଟି ଗଠନ କରିଛି । ସୁପ୍ରିମ୍‌କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅଜୟ ମାନିକରାଓ ଖାନ୍‌ୱିଲ୍‌କର ଏହି କମିଟିର ପ୍ରମୁଖ ହେବେ । ତାଙ୍କ ବ୍ୟତୀତ ହକି ଖେଳାଳି ଧନରାଜ ପିଲ୍ଲେ, ପୂର୍ବତନ ଟେବଲ୍ ଟେନିସ୍ ଖେଳାଳି କମଳେଶ ମେହଟା, ପୂର୍ବତନ ବକ୍ସର୍ ଅଖିଳ କୁମାର, ମହିଳା ଶୁଟର୍ ଏବଂ ବର୍ତ୍ତମାନର ଜାତୀୟ କୋଚ୍ ଶୁମା ଶିରୁର୍‌, ପୂର୍ବତନ ମହିଳା କ୍ରିକେଟର୍ ଅଞ୍ଜୁମ୍ ଚୋପ୍ରା, ବ୍ୟାଡ୍‌ମିଣ୍ଟନ୍ ଖେଳାଳି ତୃପ୍ତି ମୁର୍ଗୁଣ୍ଡେ ଏବଂ ପାୱାରଲିଫ୍ଟର ଫରମାନା ପାଶା କମିଟିର ସଦସ୍ୟ ଅଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button