ଧୋନିଙ୍କୁ ବିସିସିଆଇର ବଡ ସମ୍ମାନ ; ୭ନମ୍ବର ଜର୍ସିକୁ ଅବସର ଦେଲା ବିସିସିଆଇ – Ibnodisha

[ad_1]
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ୭ ନମ୍ବର ଜର୍ସିକୁ ଆଉ କୌଣସି ଖେଳାଳି ପିନ୍ଧି ପାରିବେ ନାହିଁ। ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି। ସେ ଖେଳିଲା ବେଳେ ୭ ନମ୍ବର ଜର୍ସି ପିନ୍ଧୁଥିଲେ। ଭାରତୀୟ କ୍ରିକେଟ୍ ପ୍ରତି ତାଙ୍କ ଅବଦାନକୁ ଦୃଷ୍ଟିରେ ରଖି ବିସିସିଆଇ ତାଙ୍କୁ ସମ୍ମାନ ଜଣାଇ ଏଭଳି ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଦଳରେ ଥିବା ଖେଳାଳିମାନଙ୍କୁ ୭ ନମ୍ବର ଜର୍ସି ନ ପିନ୍ଧିବାକୁ କୁହାଯାଇଛି। ପୂର୍ବରୁ ସଚିନ୍ ତେନ୍ଦୁଲକରଙ୍କ ୧୦ ନମ୍ବର ଜର୍ସିକୁ ମଧ୍ୟ ଏହିଭଳି ଭାବେ ଅନ୍ୟ କେହି ପିନ୍ଧିବାକୁ ବାରଣ କରାଯାଇଥିଲା। ତେନ୍ଦୁଲକର କ୍ରିକେଟ୍ରୁ ସନ୍ନ୍ୟାସ ନେବା ପରେ ତାଙ୍କ ଜର୍ସିକୁ ମଧ୍ୟ ଅବସର ଦିଆଯାଇଥିଲା। ଏବେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଧୋନିଙ୍କ ୭ ନମ୍ବର ଜର୍ସିକୁ ମଧ୍ୟ ଅବସର ଦେଇଛି। ତେନ୍ଦୁଲକରଙ୍କ ୧୦ ନମ୍ବର ଜର୍ସିକୁ ୨୦୧୭ରେ ବିସିସିଆଇ ଅବସର ଦେଇଥିଲା।ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସମସ୍ତ ଖେଳାଳିଙ୍କୁ ପୂର୍ବରୁ ହିଁ ସୂଚନା ଦିଆଯାଇଛି ଯେ ବର୍ତ୍ତମାନ ସେମାନଙ୍କ ପାଖରେ ୧୦ ନମ୍ବର ସହିତ ୭ ନମ୍ବର ଜର୍ସି ପିନ୍ଧିବାର ମଧ୍ୟ ବିକଳ୍ପ ନାହିଁ। ଭାରତୀୟ କ୍ରିକେଟ୍ ଦଳର ବର୍ତ୍ତମାନର ଖେଳାଳି ତଥା ନୂଆ ଆସୁଥିବା ସମସ୍ତ ଯୁବ ଖେଳାଳିଙ୍କୁ ଧୋନିଙ୍କ ଐତିହାସିକ ଜର୍ସି ନମ୍ବର ୭କୁ ବ୍ୟବହାର ନ କରିବାକୁ ସୂଚିତ କରାଯାଇଛି। ଭାରତୀୟ କ୍ରିକେଟ ପ୍ରତି ଧୋନିଙ୍କ ଅବଦାନକୁ ଦୃଷ୍ଟିରେ ରଖି ବିସିସିଆଇ ତାଙ୍କ ଜର୍ସି ନମ୍ବରକୁ ଅବସର ଦେବାକୁ ନିଷ୍ପତ୍ତି ନେଇଛି। କହି ରଖୁଛୁ, ମହେନ୍ଦ୍ର ସିଂ ଧୋନି ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ୨୦୧୯ ଦିନିକିଆ ବିଶ୍ୱକପ୍ର ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ। ଏହାର ପାଖାପାଖି ଏକ ବର୍ଷ ପରେ ୨୦୨୦ ଅଗଷ୍ଟ ୧୫ରେ ସେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ବିଦାୟ ନେଇଥିଲେ।
[ad_2]